ଅପହରଣ ପରେ ମାରି ପୋତିଦେଲେ, ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ

ମୟୁରଭଞ୍ଜ : ଅପହରଣ ପରେ ମାରି ପୋତିଦେଲେ । ୪ଦିନ ପରେ ମାଟି ତଳୁ ଉଦ୍ଧାର ହେଲା ମୃତଦେହ । ବାରିପଦା ଭଞ୍ଜପୁର ଥାନା ବଢ଼େଇସାହି ଅଞ୍ଚଳରେ ଗତ ୨୯ ତାରିଖରେ ଜମି ବିକ୍ରି ଟଙ୍କା ଭାଗ ବଣ୍ଟାକୁ ନେଇ ଘଟିଥିଲା ଏପରି  କାଣ୍ଡ । ମୃତକ ହେଲେ ଶାଲଖୁ ମାରାଣ୍ଡି । ଏହି ଘଟଣାରେ ଭଞ୍ଜପୁର ଥାନା ପୋଲିସ ୫ ଜଣକୁ ଅଟକ ରଖିଛି ।

ସାଲଖୁ ମାରାଣ୍ଡି କିଛି ଲୋକଙ୍କ ସହ ମିଶି ଜମି କିଣା ବିକା ବେପାର କରୁଥିଲେ ।  ଏକ ଜମି ବିକ୍ରି ଟଙ୍କାକୁ ନେଇ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ୩ ଦିନ ପୂର୍ବେ ସାଲଖୁ ନିରୁଦିଷ୍ଟ ହୋଇଯାଇଥିଲେ । ଯାହାକୁ ନେଇ ତାଙ୍କ ପତ୍ନୀ ଭଞ୍ଜପୁର ଥାନାରେ ଅଭିଯୋଗ କରିଥିଲେ ।

ଜଣେ ବ୍ୟକ୍ତି ଅପହରଣ କରିଥିବା ସନ୍ଦେହ ପ୍ରକାଶ କରିଥିଲେ ।  ଏହାକୁ ଭିତ୍ତି କରି ପୋଲିସ ଖୋଳତାଡ଼ କରିଥିଲା ।  ଘଟଣାରେ ସମ୍ପୃକ୍ତି ଥିବା ସନ୍ଦେହ କରି ୫ ଜଣକୁ ପୁଲିସ ଅଟକ ରଖି ତଦନ୍ତ କରୁଛି । ପ୍ରାଥମିକ ତଦନ୍ତରୁ ଟଙ୍କା ପାଇଁ ସୁପାରି କିଲର୍ ଦ୍ବାରା ମାରି ପୋତି ଦେଇଥିବା ଜଣାପଡିଛି ।