ରାଜ୍ୟକୁ ପୁଣି ଫେରିବ ଶୀତ, ୪ଦିନ ପରେ ଖସିବ ରାତିର ତାପମାତ୍ରା

କେନ୍ୟୁଜ୍(ବ୍ୟୁରୋ): ଆଜିଠୁ ପୁଣି ବୃଦ୍ଧି ପାଇବ ବର୍ଷା ପରିମାଣ। ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମର ବର୍ଷାର ସମ୍ଭାବନା ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହୋଇଛି। କେନ୍ଦ୍ରାପଡ଼ା, ଭଦ୍ରକ, କେନ୍ଦୁଝର ଓ ଗଜପତି ଜିଲ୍ଲାରେ ହୋଇଛି ବର୍ଷା। ୨୫ତାରିଖରୁ ବର୍ଷାର ପରିମାଣ କମିବା ପରେ ରାଜ୍ୟକୁ ଶୀତ ଫେରିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ। ବର୍ଷା କମିବା ପରେ ରାଜ୍ୟକୁ ପୁଣି ଫେରିବ ଶୀତ। ୪ଦିନ ପରେ ଖସିବ ରାତିର ତାପମାତ୍ରା।

ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନରେ ଘନକୁହୁଡ଼ି ଦେଖାଦେଇଛି। ରାଜ୍ୟର ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରାରେ ବୃଦ୍ଧି ଘଟିଛି। ଆଗାମୀ ୨୪ ଘଣ୍ଟାରେ ଗୋଟିଏ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମର ବର୍ଷାର ସମ୍ଭାବନା ରହିଛି। ତେବେ ଆଜିଠାରୁ ବର୍ଷାର ପରିମାଣ ବୃଦ୍ଧି ପାଇବ। ୨୫ ତାରିଖରୁ କମିବ ବର୍ଷାର ପରିମାଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.