ନିଲମ୍ବନର ୮ଘଣ୍ଟାରେ ପୁଣି ମିଳିଲା ପ୍ରଧାନ ଶିକ୍ଷକଙ୍କୁ ନିଯୁକ୍ତି 

ଗୋପ: ସ୍କୁଲ୍ ଫାଟକ ସାମ୍ନାରେ ପିଲାଙ୍କ ଗହଳି । କିଏ କାନ୍ଦି କାନ୍ଦି ଅଚେତ ହୋଇଯାଉଛି ତ କିଏ ଚିଲ୍ଲାଇ ଚିଲ୍ଲାଇ ବେଦମ୍ । ଅଭିଭାବକ ଓ ଗ୍ରାମବାସୀଙ୍କର ଜମିଛି ଗହଳି । ଘଟଣା କଣ ବୁଝୁ ବୁଝୁ ଜଣାପଡିଲାକି ପ୍ରଧାନ ଶିକ୍ଷକଙ୍କୁ ଏକ ମିଥ୍ୟା ଅଭିଯେୋଗରେ ନିଲମ୍ବନ କରାଯାଇଥିବାରୁ ପିଲାମାନେ ଏଭଳି ପ୍ରତିବାଦ କରୁଛନ୍ତି ।

ତେବେ ଖବର ମୁତାବକ,ଗତକାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରିମୁଣ୍ଡରେ ପ୍ରଧାନ ଶିକ୍ଷକ ଉଲ୍ଲାସ ମଲିକଙ୍କ ନିଲମ୍ବନ ପ୍ରତ୍ୟାହାର ପ୍ରତିବାଦରେ ସ୍କୁଲର ସମସ୍ତ ଛାତ୍ରଛାତ୍ରୀ ସହ ଅଭିଭାବକ ସ୍କୁଲ ସମ୍ମୁଖରେ ଧାରଣା ଦେଇଥିଲେ ।

ଆଉ ଏନେଇ ଖବର ପାଇ ପ୍ରଥମେ ସିଆରସି ତାଙ୍କ ପରେ, ପରେ  ଗୋପ ବ୍ଳକ ଶିକ୍ଷା ମଣ୍ଡଳୀ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ୩ଜଣିଆ ଟିମ୍ ବରିବୁଣ୍ଡ ସ୍କୁଲରେ ପହଞ୍ଚି ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରିଥିଲେ । ଏହାପରେ ବି ବୁଝିନଥିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ । କିଛି ସମୟ ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପହଁଞ୍ଚି ଥିଲେ ବିଦ୍ୟାଳୟରେ ସେତେବେଳେର ପରିସ୍ଥିତି ଏଭଳି ଥିଲା ଯାହା କେବଳ ଆପଣ ଆଖିରେ ଦେଖିଲେ ହିଁ ବିଶ୍ୱାସ କରି ପାରିବେ।

ସବୁ  ଛାତ୍ରଛାତ୍ରୀ ଓ ଅଭିଭାବକ ମହଲରେ ଆନନ୍ଦ ଖେଳିଯାଇଥିଲା । ପିଲାଙ୍କ କଥା ଥିଲା ଯେ ପ୍ରଧାନ ଶିକ୍ଷକ ଆସିଲେ ଆମ ସ୍କୁଲର ତାଲା ଖୋଲାଯିବ । ଶେଷରେ ସେଇଆ ହିଁ ହେଲା । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଆସି ପହଁଚିବାପରେ ଦେଖନ୍ତୁ କେମିତି ତାଙ୍କୁ ଘେରିଯାଇଛନ୍ତି ପିଲାମାନେ । ତାଙ୍କୁ ସ୍କୁଲ୍ ଗେଟ୍ ନିକଟକୁ ପାଛୋଟି ନେଉଛନ୍ତି । ଏହାପରେ ବିଦ୍ୟାଳୟର ମୁଖ୍ୟ ଫାଟକ ତାଲା ଖୋଲିଥିଲେ ପ୍ରଧାନ ଶିକ୍ଷକ । ଯାହାକୁ ନେଇ ବରିମୁଣ୍ଡ, କଣ୍ଟି ଆଦି ଆଖପାଖ ଗାଁରୁ ଆସୁଥିବା ଛାତ୍ରଛାତ୍ରୀ ଓ ଅଭିଭାବକ ବହୁତ ଖୁସି ହେବା ସହିତ ତାଳି ମାରି ସ୍ଵାଗତ କରିଥିଲେ । ନିଲମ୍ବନ ହେବା ୮ଘଣ୍ଟା ମଧ୍ୟରେ ପୁଣି ନିଯୁକ୍ତି ହେଲେ ପ୍ରଧାନ ଶିକ୍ଷକ।

ସୂଚନା ଥାଉକି,  ଧାରଣାରେ ବସିଥିବା ସମସ୍ତ ଛାତ୍ର ଛାତ୍ରୀଙ୍କ ମଧ୍ୟରୁ ୫ଜଣ ଛାତ୍ରଛାତ୍ରୀ ଅଚେତ ହୋଇ ଚାରି ଛକ ମେଡିକାଲରେ ଚିକିତ୍ସା ହେବା ମଧ୍ୟ ଦେଖାଦେଇଥିଲା । ସବୁ ବାଧାବିଘ୍ନ ପରେବି ପ୍ରଧାନ ଶିକ୍ଷକ ପୂର୍ଣ୍ଣବାର ଆସି ପିଲାମାନଙ୍କୁ ପାଠପଢାଇବାକୁ ଗୋପ ଶିକ୍ଷା ମଣ୍ଡଳୀ ଅଧିକାରୀ ସୁଶୀଲ କୁମାର ବର୍ମା ଲିଖିତ ଭାବେ ଦେବାପରେ ଛାତ୍ରଛାତ୍ରୀ ଧାରଣାରୁ ଉଠିଥିଲେ ।

ଏପଟେ ସ୍କୁଲକୁ ତାଲା ପକାଇବାର ୮ଘଣ୍ଟା ପରେ ଜିଲ୍ଲା ପ୍ରଶାସନ ନିଦ ଭାଙ୍ଗିଲା । ପୂର୍ଣ୍ଣବାର ପ୍ରଧାନ ଶିକ୍ଷକଙ୍କୁ ସେହି ସ୍କୁଲରେ ଦେଲେ ନିଯୁକ୍ତି । ସେ ସମୟରେ ଗାଁରେ ପ୍ରଧାନ ଶିକ୍ଷକକୁ ଦେଖି ଛାତ୍ରଛାତ୍ରୀ ଓ ଅଭିଭାବକ ଆଖିରେ ଲୁହ ଭରିଥିବା ଦେଖାଦେଇଥିଲା । ଯଦି ପୂର୍ଣ୍ଣବାର ପ୍ରଧାନ ଶିକ୍ଷକଙ୍କୁ ବରିବୁଣ୍ଡ ସ୍କୁଲରୁ କେଉଁ ଆଡେ ବଦଳି କରାଯାଏ । ତାହାଲେ  ସେହିପରି ସ୍କୁଲ ତାଲା ପକାଇବାକୁ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଦେଇଛନ୍ତି ଜିଲ୍ଲା ପ୍ରଶାସନଙ୍କୁ ଚେତାବନୀ ।

 

You might also like