ରାଜ୍ୟ

କିଛି ଦିନର ବ୍ୟବଧାନ ପରେ ପୁଣି ପଡିଲା ଶୀତ: ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ବଢ଼ିବ ପାରଦ

କନ୍ଧମାଳ/କରଞ୍ଜିଆ(କେନ୍ୟୁଜ୍) : ଚଳିତ ବର୍ଷ କନ୍ଧମାଳ ଜିଲ୍ଲାରେ ପହଲୀ ଶୀତ ଅନୁଭୂତ ହେବା ସହ ଓ ଜିଲ୍ଲାର ଚତୁଃ ପାର୍ଶ୍ଵରେ କୁହୁଡି ମଧ୍ୟ ଦୃଶ୍ୟମାନ ହୋଇଥିଲା । କିନ୍ତୁ ଦୀର୍ଘ କିଛି ଦିନ ଧରି ପାଗରେ ପରିବର୍ତନ ଦେଖାଯାଇଥିବା ଓ ମେଘୁଆ ପାଗ ହେତୁ ଶୀତ କନ୍ଧମାଳ ଜିଲ୍ଲାରୁ କୁଆଡେ ଉଭେଇ ଯାଇଥିଲା । କିନ୍ତୁ କିଛି ଦିନର ଅନ୍ତରରେ ଆଜି ସକାଳୁ ସକାଳୁ ପୁଣି ପଡିଲା ଶୀତ। ଫୁଲବାଣୀରେ ଘନ କୁହୁଡି ଓ ହାଲକା ଶୀତ ଅନୁଭୂତ ହେଉଥିବା ଦେଖିବାକୁ ମିଳିଛି ।

ତେବେ ଗତକାଲି ଉଭୟ ଦାରିଙ୍ଗବାଡି ଓ ଫୁଲବାଣୀ ର ତାପମାମାତ୍ରା ୧୭.୦୫ ଡିଗ୍ରୀ ଥିବା ରେକର୍ଡ କରାଯାଇଥିବା ସୂଚନା ଦେଇଛନ୍ତି ସ୍ଥାନୀୟ ପାଣିପାଗ ବିଭାଗ। କିଭଳି ଶୀତକୁ ଉପଭୋଗ କରୁଛନ୍ତି ଜିଲ୍ଲାବାସୀ ।

ସେହିପରି ଏପଟେ ଦିନକୁ ଦିନ ମୟୁରଭଞ୍ଜ ଜିଲ୍ଲାରେ ଖସୁଛି ପାରଦ ବଢିଛି ଶୀତ । ଗତକାଲି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ଥିଲା ଆଜି ମୟୁରଭଞ୍ଜ ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଛି ।

ଶିମିଳିପାଳ ଅଭୟାରଣ୍ୟ ରେ ଥିବା ଉପର ବାରାକାମୁଡା ରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି । ମୟୁରଭଞ୍ଜ ଜିଲ୍ଲାରେ ବିଭିନ୍ନ ସ୍ଥାନରେ କୁହୁଡି ସାଙ୍ଗକୁ ଶୀତର ଲହରୀ ଖେଳି ଯାଇଛି । ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଲୋକମାନେ ଘଣ୍ଟା ଘଣ୍ଟା ନିଆଁ ଜାଳି ବସି ରହୁଛନ୍ତି । ଦିନକୁ ଦିନ ଶୀତ ବଢୁଥିବାରୁ ଶୀତ ଵସ୍ତ୍ର ଦୋକାନ ରେ ଲାଗିଲାଣି ଭିଡ଼ ।

ତେବେ ଦିନକ ପରେ ଆହୁରୀ ବଢିବ ଶୀତ। ରାଜ୍ୟରେ ଖସିବ ପାରଦ। ଆଗାମୀ ୨୪ ଘଣ୍ଟାରେ ରାଜ୍ୟରେ ରାତି ତାପମାତ୍ରାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ । ପରବର୍ତ୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ ହ୍ରାସ ଘଟିବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ବର୍ଷା ପରେ ଆକାଶ ମେଘମୁକ୍ତ ହେଉଥିବାରୁ ଶୀତ ବଢ଼ିବ। ରାଜ୍ୟରେ ଗତ କିଛି ଦିନ ହେବ ଥଣ୍ଡା କମ ରହିଥିଲ।

ପଶ୍ଚିମା ଝଡ଼ ପ୍ରଭାବରେ ଉପକୂଳ ସମେତ ଦକ୍ଷିଣ ଓଡ଼ିଶାରେ ବର୍ଷା ହେଉଥିଲା। ଆକାଶ ମେଘୁଆ ରହିବା ସହ ଥଣ୍ଡାର ପରିମାଣ କମିଥିଲା। କିଛି ସ୍ଥାନରେ ସକାଳେ ଏଭଳି ଘନ କୁହୁଡ଼ି ଦେଖିବାକୁ ମିଳୁଛି।

 

Sonalisa

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକେ କ୍ୟାରିୟରକୁ ନେଇ କିଛି ଖୁସି ଖବର ପାଇବେ, କୌଣସି କାର୍ଯ୍ୟ ପାଇଁ ପ୍ରଶଂସା ମିଳିବ

ମେଷ : ବ୍ୟବସାୟ ତଥା ଅନ୍ୟ କ୍ଷେତ୍ରରେ ଆଜିର ଦିନ ଆପଣ ପାଇଁ ଲାଭପ୍ରଦ ଅଟେ । ଘର ତଥା…

6 hours ago

ଦୁର୍ଘଟଣାରେ ଗୋଡ ହରାଇ ଥିବା ଶିକ୍ଷକଙ୍କୁ ପାଣି ପିଆଇ ସାନ୍ତ୍ଵନା ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର(କେନ୍ୟୁଜ୍‌): ସମୟ ଥିଲା ଅପରାହ୍ନ । ଅନେକ ବ୍ୟକ୍ତି, ସଂଗଠନ, ସାଧାରଣ ଲୋକ ଆସି ରାଜ୍ୟ ଅତିଥି ଭବନର ଅସ୍ଥାୟୀ…

10 hours ago

ରାଜଧାନୀ ରାସ୍ତା କଡ଼ରେ ଗଛ ଲଗାଉଥିବା ଓ ପାଣି ଦେଉଥିବା ଏ ବ୍ୟକ୍ତିଙ୍କୁ ଦେଖିଛନ୍ତି କି ?

ଭୁବନେଶ୍ୱର: ଟାଇଁ ଟାଇଁ ମୁଣ୍ଡଫଟା ଖରା । ଚାଲିକି କି ସାଇକେଲରେ ଯିବା ଲୋକ ଖୋଜୁଛି ଗଛ ଛାଇ ଟିକେ…

10 hours ago

କାର ସହ ବାଇକ୍‌ ମୁହାଁମୁହିଁ ଧକ୍କା, ୨ ମୃତ

ଗଞ୍ଜାମ(କେନ୍ୟୁଜ୍‌): କାର ସହ ମୋଟର ସାଇକେଲ ମୁହାଁମୁହିଁ ଧକ୍କା। ୨ ବାଇକ ଆରୋହୀ ମୃତ । ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ…

10 hours ago

ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ, ରାଜ୍ୟରେ ଜାରି ରହିବ ଗ୍ରୀଷ୍ମ ଲହରୀ

ଭୁବନେଶ୍ୱର(କେନ୍ୟୁଜ୍‌): ନିଷ୍କ୍ରିୟ ରହିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଦକ୍ଷିଣ ଓଡିଶାରେ ପ୍ରବେଶ କରିବା ପରେ ଆଉ ଆଗକୁ…

11 hours ago

କାଲି ଆର୍ଟ ଅଫ୍ ଗିଭିଂ ଦିବସ, ୨୦୦ ଦେଶ ଏବଂ ୨୫ ହଜାର ସ୍ଥାନରେ ହେବ ପାଳନ

ଭୁବନେଶ୍ୱର(କେନ୍ୟୁଜ୍‌): ଆସନ୍ତାକାଲି ପାଳିତ ହେବ ଆର୍ଟ ଅଫ୍ ଗିଭିଂ ଦିବସ । ଅନ୍ୟକୁ ସାହାଯ୍ୟ ଏବଂ ଦାୟିତ୍ବ ସମ୍ପନ୍ନ ଭାବେ…

11 hours ago