ସ୍କୁଲ ପରିସରରେ ଶୋଇଥିଲା ଭାଲୁ, ଦୀର୍ଘ ୪ ଘଣ୍ଟା ପରେ ଟ୍ରାଙ୍କୁଲାଇଜ କରି ଧରିଲା ବନବିଭାଗ

ନବରଙ୍ଗପୁର: ଶେଷରେ ଦହଣା ଗାଁରୁ ବିଦା ହେଲା ଆତଙ୍କ ଖେଳାଇ ଥିବା ଭାଲୁ ।  ଦୀର୍ଘ ୪ ଘଣ୍ଟାର ଅପରେସନ ପରେ ଭାଲୁକୁ ଟ୍ରାଙ୍କୁଲାଇଜ କରି ଧରିଲା ବନବିଭାଗର ରାପିଡ୍ ରେସପନ୍ସ ଟିମ୍ ।

ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଦହଣା ପ୍ରାଥମିକ ବିଦ୍ୟାଳୟରେ ସ୍କୁଲରେ ଶୋଇଥିଲା ଭାଲୁ । ସ୍କୁଲର ଏକ ନିର୍ମାଣଧୀନ ଘର ସମ୍ମୁଖରେ ଭାଲୁ ଶୋଇଥିଲା । ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ଭାଲୁକୁ ଦେଖି ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏବଂ ବନବିଭାଗକୁ ଅବଗତ କରାଇଥିଲେ । ସୁରକ୍ଷା ଦୃଷ୍ଟିରୁ ଛାତ୍ର ଛାତ୍ରୀଙ୍କୁ ଘରକୁ ଫେରାଇ ଦିଆଯିବା ସହ ବନବିଭାଗ କର୍ମଚାରୀଙ୍କୁ ଜଣାଇଥିଲେ ।  ଘଟଣା ସ୍ଥଳରେ ନବରଙ୍ଗପୁର ବିଧାୟକ ପହଞ୍ଚି ତୁରନ୍ତ ଭାଲୁକୁ ଧରିବା ପାଇଁ ବନବିଭାଗ ସହିତ ଆଲୋଚନା କରିଥିଲେ । ପରେ ବନ ବିଭାଗ କର୍ମଚାରୀ ଓ ବନ୍ୟଜନ୍ତୁ ଉଦ୍ଧାରକାରୀ ଦଳ ଭାଲୁକୁ ଧରିବା ପାଇଁ ଜାଲ ବିଛାଇ ଥିଲେ । ହେଲେ ବନ ବିଭାଗର ଟିମକୁ ଦେଖି ଭାଲୁଟି ଗଛ ଉପରକୁ ଚଢି ଯାଇଥିଲା । ଶେଷରେ ଭାଲୁକୁ ଟ୍ରଙ୍କୁଲାଇଜ କରି ଧରା ଯାଇଥିଲା । ଭାଲୁଟିର ସ୍ବାସ୍ଥ୍ୟ ପରୀକ୍ଷା ପରେ ତାକୁ ସୁରକ୍ଷିତ ସ୍ଥାନରେ ଛଡା ଯିବ ବୋଲି ସୂଚନା ଦେଇଛସନ୍ତି ଏସିଏଫଓ । ଭାଲୁକୁ ଗାଁରୁ ବିଦା କରିଥିବାରୁ ବନ ବିଭାଗର ଟିମକୁ ଧନ୍ୟବାଦ ଜଣାଇଛନ୍ତି ଗ୍ରାମବାସୀ ।

You might also like