ବିଜେଡି ଗଡ଼ରେ ନବୀନଙ୍କ ପାଓ୍ଵାର ସୋ’, ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ ପରେ ଏବେ ଫୋକସରେ ଦକ୍ଷିଣ

ଗତବର୍ଷ ମେ’ ମାସରେ ଗଂଜାମର ମାଆ ତାରାତାରିଣୀ ପୀଠର ରୂପାନ୍ତରିତ କାର୍ଯ୍ୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ୬ ଥର ପଶ୍ଚିମ ଓଡ଼ିଶା ଗସ୍ତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଗତବର୍ଷ ଡିସେମ୍ବର ୧ ତାରିଖରେ ପଦ୍ମପୁରରେ ତିନିଟି କାର୍ଯ୍ୟକ୍ରମ କରିଥିଲେ ।

କେନ୍ୟୁଜ୍(ବ୍ୟୁରୋ):  ଆସନ୍ତାକାଲି ବିଜେଡି ଗଡ଼ରେ ନବୀନଙ୍କ ପାଓ୍ଵାର ସୋ’ । ପଶ୍ଚିମ ଓଡ଼ିଶାକୁ ଘନ ଘନ ଗସ୍ତ ପରେ ଏବେ ଫୋକସରେ ଦକ୍ଷିଣ । କାଲି ଗଞ୍ଜାମ ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କବିସୂର୍ଯ୍ୟନଗର, ହିଞ୍ଜିଳି ଓ ଛତ୍ରପୁରରେ ମୁଖ୍ୟମନ୍ତ୍ରୀଙ୍କ ତିନିଟି କାର୍ଯ୍ୟକ୍ରମ । ଉପସ୍ଥିତ ରହିବେ ଗଞ୍ଜାମ ଜିଲ୍ଲାର ସମସ୍ତ ମନ୍ତ୍ରୀ ଓ ବିଧାୟକ । ନିଜେ ମୁଖ୍ୟମନ୍ତ୍ରୀ ଏହି ଜିଲ୍ଲାର ହିଞ୍ଜିଳି ବିଧାନସଭା ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହାସହ ବାଚସ୍ପତି ବିକ୍ରମ କେଶରୀ ଆରୁଖ ଓ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁ ଗଞ୍ଜାମ ଜିଲ୍ଲାର । ବିଧାନସଭାରେ ଜିଲ୍ଲାର ୧୨ ବିଜେଡି ବିଧାୟକ । ସେହିଭଳି ଗଞ୍ଜାମ ଜିଲ୍ଲାରୁ ଦୁଇ ବିଜେଡି ସାଂସଦ ଆସିକା ଓ ବ୍ରହ୍ମପୁରରୁ ପ୍ରତିନିଧିତ୍ୱ କରୁଛନ୍ତି । ଏହି ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି । ଗତବର୍ଷ ମେ’ ମାସରେ ଗଂଜାମର ମାଆ ତାରାତାରିଣୀ ପୀଠର ରୂପାନ୍ତରିତ କାର୍ଯ୍ୟ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ । ଚଳିତବର୍ଷ ୬ ଥର ପଶ୍ଚିମ ଓଡ଼ିଶା ଗସ୍ତ କରିସାରିଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଗତବର୍ଷ ଡିସେମ୍ବର ୧ ତାରିଖରେ ପଦ୍ମପୁରରେ ତିନିଟି କାର୍ଯ୍ୟକ୍ରମ କରିଥିଲେ । ପଶ୍ଚିମରେ ତୁହାକୁ ତୁହା ଗସ୍ତ ପରେ ଏବେ ନିଜ ଗଡ଼ରେ ନବୀନ ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ । ୩ଟି ବ୍ଲକରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିବା କାର୍ଯ୍ୟକ୍ରମ ରହିଛି । ଏଥିସହ ମିଶନ ଶକ୍ତି ଗୋଷ୍ଠୀଙ୍କୁ ସହାୟତା ରାଶି ପ୍ରଦାନ କରିବେ । ସାଧାରଣ ସଭାରେ ଉଦବୋଧନ ଦେବା କାର୍ଯ୍ୟକ୍ରମ ରହିଛି । ଆସନ୍ତାକାଲି ସକାଳ ୧୦ଟା ୧୫ ମିନିଟରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱରରୁ ହେଲିକପ୍ଟର ଯୋଗେ ଗଞ୍ଜାମ ଜିଲ୍ଲା ଅଭିମୁଖେ ବାହାରିବେ । ପ୍ରଥମେ ଦିନ ୧୧ଟାରେ କବିସୂର୍ଯ୍ୟନଗରରେ ପହଞ୍ଚି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ମିଶନ ଶକ୍ତି ଗୋଷ୍ଠୀଙ୍କୁ ସହାୟତା ରାଶି ବଣ୍ଟନ ସହ ଭୂମିହୀନ ହିତାଧିକାରୀଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ରହିଛି । ଏହାପରେ ୧୨ଟା ୧୦ରେ ହିଞ୍ଜିଳିକାଟୁ ଓ ଶେଷରେ ଅପରାହ୍‌ଣ ୩ଟା ୨୦ରେ ଛତ୍ରପୁର ଯିବେ ନବୀନ ପଟ୍ଟନାୟକ। ସାଧାରଣ ସଭାରେ ବି ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ହିଞ୍ଜିଳିରେ ବଡ଼ ଉତ୍ସାହ । ଦିନିକିଆ ଗସ୍ତକୁ ଦୃଷ୍ଟିରେ ରଖି ୩ଟି ସ୍ଥାନରେ ମୁତୟନ ରହିବେ ୪୮ ପ୍ଲାଟୁନ ପୋଲିସ ଫୋର୍ସ । ଗଂଜାମ ଏସପି ଏବଂ ଜିଲ୍ଲାପାଳ ସମସ୍ତ କାର୍ଯ୍ୟକ୍ରମର ତଦାରଖ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.