ବାହୁଡା ନେଇ ପ୍ରସ୍ତୁତି ଆରମ୍ଭ, ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି

ପୁରୀ: ବାହୁଡିବେ ମହାପ୍ରଭୁ। ଏନେଇ ଶ୍ରୀମନ୍ଦିର ଯିବାକୁ ଆରମ୍ଭ ହୋଇଛି ପ୍ରସ୍ତୁତି । ନଅ ଦିନର ଯାତ୍ରା ସାରି ଜନ୍ମବେଦୀରୁ ଫେରିବେ ଚତୁର୍ଦ୍ଧାମୂର୍ତ୍ତି। ଗତକାଲି ୩ରଥର ଦକ୍ଷିଣ ମୋଡ କରାଯିବା ପରେ ନାକଚଣା ଦ୍ୱାରରେ ଲାଗିଥିଲା ।

ତିନି ରଥକୁ ବ୍ୟାରିକେଡ୍‌ କରି କଡା ସୁରକ୍ଷା ମଧ୍ୟରେ ରଖାଯାଇଛି । ତେବେ ରଥଯାତ୍ରା ପରି ବାହୁଡା ଯାତ୍ରାକୁ ମଧ୍ୟ ଶୃଙ୍ଖଳିତ ଭାବେ ଶେଷ କରିବାକୁ ଜିଲ୍ଲା ପ୍ରଶାସନ, ପୋଲିସ୍‌ ପ୍ରଶାସନ ଓ ଶ୍ରୀମନ୍ଦିର ପ୍ରଶାସନ ପ୍ରସ୍ତୁତି ଚଳାଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ପୁରୀରେ ଥିବା ୩ ମନ୍ତ୍ରୀଙ୍କ ସହ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ମଧ୍ୟ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । କର୍ଫ୍ୟୁ ଓ କଟକଣା ଭିତରେ ବିନା ଭକ୍ତରେ ଅନୁଷ୍ଠିତ ହେବ ବାହୁଡା ଯାତ୍ରା।

Leave A Reply

Your email address will not be published.