ମା ପାଇଁ ଅଲୋଡା ହେଲା ଶିଶୁ : ଝାରଖଣ୍ଡରୁ ଛତିଶଗଡ଼ ଯାଉଥିବାବେଳେ ରାଉରକେଲା ସାନ ନୂଆଁଗାଁ ନିକଟରେ ଶିଶୁ ପୁତ୍ର ଜନ୍ମ ଦେଇ ଛାଡି ପଳାଇଲେ ମହିଳା

ରାଉରକେଲା: ମା ପାଇଁ ଅଲୋଡା ହେଲା ତା ଛୁଆ। ହଜିଗଲା ମାଆର ମମତା। ନବଜାତ ଶିଶୁକୁ ଛାଡି ପଳାଇଲା ଜନ୍ମକଲା ମା। ଲକ୍ଡାଉନ୍ ଯୋଗୁଁ ଝାରଖଣ୍ଡରୁ ଛତିଶଗଡ଼ ଯାଉଥିଲେ ପ୍ରବାସୀ ଶ୍ରମିକ । ସେମାନଙ୍କ ମଧ୍ୟରୁ ଜଣେ ଗର୍ଭବତୀ ମହିଳା ଥିଲେ। ଯିଏ ରାଉରକେଲା ସାନ ନୂଆଁଗାଁ ନିକଟରେ ସେ ଏକ ଶିଶୁ ପୁତ୍ର ଜନ୍ମ ଦେଇଥିଲେ ।
ଜନ୍ମ ପରେ ନବଜାତ ଶିଶୁକୁ ନିଜ ସାଙ୍ଗରେ ନନେଇ ଛାଡି ପଳାଇଥିଲେ ମହିଳା । କିଛି ଗାଁଲୋକେ ନବଜାତକୁ ଦେଖି ଚାଇଲ୍ଡ ଲାଇନକୁ ଖବର ଦେଇଥିଲେ। ଟିମ୍ ପହଞ୍ଚି ନବଜାତ ଶିଶୁକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏହାପରେ ପିଲାଟିର ସ୍ବାସ୍ଥ୍ଯ ପରୀକ୍ଷା ପରେ ଏବେ ଶିଶୁଟିକୁ ଚାଇଲ୍ଡ ଲାଇନ୍ରେ ରଖାଯାଇଛି।