ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା, ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ

ପୁରୀ: ପୁଣି ଚଳଚଞ୍ଚଳ ଶ୍ରୀକ୍ଷେତ୍ର ରଥଖଳା । ବାତ୍ୟା ବିପଦ ଟଳିବା ପରେ ଆରମ୍ଭ ହୋଇଛି ରଥ ନିର୍ମାଣ କାମ । ରଥଖଳାରେ ଚାଞ୍ଚ ପଡି କପଡା ଗୁଡ଼ାଯିବା ପରେ ରଥନିର୍ମାଣ କରାଯାଉଛି । ତିନିରଥର ୪୨ତୁମ୍ବରୁ ୧୨ଟି ତୁମ୍ବ କାମ ସରିଲାଣି ।

ଆଉ ୭ ତୁମ୍ବର ୧୬ ଯୋଡ଼ା ବିନ୍ଧ କାମ ଜାରି ରହିଛି । ରୂପକାର ସେବକ କୋଣଗୁଜ କାମକୁ ତ୍ୱରାନ୍ଵିତ କରିଛନ୍ତି। ଗୁଜ ପଟାରେ ଖୋଦେଇ କରି ନୃସିଂହଙ୍କ ପ୍ରତିଛବି ଆଙ୍କୁଛନ୍ତି । ବାୟୋ ବବଲରେ ରଥ ନିର୍ମାଣ କାମ ଜୋର ଧରିଛି । ଆସନ୍ତା ଭଉଁରୀ ଦିନ ତିନିରଥର ଦୁଇଟି ଲେଖାଏଁ ଚକ ହିସାବରେ ୬ଟି ଚକ, ଅଖ ସଂଯୋଗ କରାଯାଇ ଡେରାଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.