ରାଜ୍ୟ

ମେକ୍‌ ଇନ ଓଡ଼ିଶା ତୃତୀୟ ସଂସ୍କରଣ ଲାଗି ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍‌: ୩୧ରେ ଦିଲ୍ଲୀରେ ଅନୁଷ୍ଠିତ ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌

କେନ୍ୟୁଜ୍(ବ୍ୟୁରୋ): ମେକ୍‌ ଇନ ଓଡ଼ିଶା ତୃତୀୟ ସଂସ୍କରଣ ଲାଗି ଆରମ୍ଭ ହୋଇ ସାରିଛି କାଉଣ୍ଟଡାଉନ୍‌। ଆରମ୍ଭ ହୋଇଛି ପ୍ରସ୍ତୁତି। ଦୁବାଇରେ ପରେ ଏବେ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଯାଉଛି ଇନଭେଷ୍ଟର୍ସ ମିଟ୍‌। ଅଗଷ୍ଟ ୩୧ରେ ନୂଆଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ।

ଦୁବାଇ ଭଳି ନୂଆଦିଲ୍ଲୀରେ ମଧ୍ୟ ପ୍ରତିଷ୍ଠିତ କମ୍ପାନୀଗୁଡ଼ିକର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ। ଏହାସହ ୧୦ରୁ ଅଧିକ ରାଷ୍ଟ୍ରର ରାଷ୍ଟ୍ରଦୂତଙ୍କ ସହ ନବୀନ ଆଲୋଚନା କରିବେ। ଦୁବାଇ, ଅହମ୍ମଦାବାଦ ପରେ ତୃତୀୟ ରୋଡ଼ ସୋ ଦିଲ୍ଲୀରେ ହେବାକୁ ଯାଉଛି। ରାଜ୍ୟ ସରକାର ଓ ଫିକିର ମିଳିତ ଉଦ୍ୟମରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ। ଓଡ଼ିଶାକୁ କିପରି ଅଧିକ ପୁଞ୍ଜି ଆସିବ ତାହାକୁ ଗୁରୁତ୍ୱ ଦିଆଯାଉଛି। ଦିଲ୍ଲୀ ପରେ ଅନ୍ୟ ମେଟ୍ରୋ ସହରଗୁଡ଼ିକରେ ମଧ୍ୟ ସରକାର ରୋଡ଼ ଶୋ କରିବାକୁ ଯାଉଛନ୍ତି।

ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁବାଇ ଗସ୍ତ କରି ଓଡ଼ିଶା ଇନଭେଷ୍ଟର୍ସ ମିଟ୍‌ରେ ସାମିଲ ହୋଇଥିଲେ। ୨୧ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପାଇଁ ଆସିଥିଲା ପ୍ରସ୍ତାବ। ତେଣୁ ଦିଲ୍ଲୀ ଇନଭେଷ୍ଟର୍ସ ମିଟ୍‌ରେ ମଧ୍ୟ ଓଡ଼ିଶା ସରକାର ଏକ ବଡ଼ ଧରଣର ପୁଞ୍ଜିନିବେଶ ଓଡ଼ିଶାକୁ ଆଣିବାକୁ ଲକ୍ଷ୍ୟ ରଖିଛନ୍ତି। ବିଶେଷକରି ପେଟ୍ରୋକେମିକାଲସ, କେମିକାଲସ, ପ୍ଲାଷ୍ଟିକ, ମେଟାଲ୍ସ, ଫୁଡ ପ୍ରୋସେସିଂ, ଟେକ୍ସଟାଇଲ, ଆଇଟି ଆଦି ଦିଗରେ ଓଡ଼ିଶାରେ ଅଧିକ ସୁଯୋଗ ରହିଛି।

 ଦିଲ୍ଲୀରେ ହେବାକୁ ଥିବା ଇନଭେଷ୍ଟର୍ସ ମିଟ୍‌ରେ ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପମନ୍ତ୍ରୀ ମଧ୍ୟ ସାମିଲ ହେବେ। ଏହା ସହ ରାଜ୍ୟ ସରକାରଙ୍କ ମୁଖ୍ୟ ସଚିବ, ଶିଳ୍ପ ସଚିବଙ୍କ ସମତେ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ଯୋଗ ଦେବେ। ଆସନ୍ତା ନଭେମ୍ବର ୩୦ରୁ ଡିସେମ୍ବର ୪ ପର୍ଯ୍ୟନ୍ତ ମେକ୍‌ ଇନ ଓଡ଼ିଶା କନକ୍ଲେଭ-ଥ୍ରୀ ଅନୁଷ୍ଠିତ ହେବ।

 

 

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

8 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago