ଅନ୍ୟ ଯୁବକଙ୍କ ସହ ପ୍ରେମିକାର ଶାରୀରିକ ସମ୍ପର୍କ ଥିବା ଜାଣିବା ପରେ ଦଉଡି ଦେଇ ଜୀବନ ହାରିଲା ପ୍ରେମିକ

ଯାଜପୁର ଟାଉନ (କେନ୍ୟୁଜ): ପ୍ରେମିକାର ଟିକେ ପ୍ରେମ ପାଇବା ପାଇଁ ପ୍ରାଣତ୍ୟାଗ କଲା ପ୍ରେମିକ । ଯେଉଁ ପ୍ରେମିକା ପାଇଁ ନିଜର ଧନ ମନ ଓ ଯୌବନ ଦେଇଥିଲା ସେହି ପ୍ରେମିକା ଦେଲା ଧୋକ୍କା,ବିରହ ଯନ୍ତ୍ରଣାରେ ଜର୍ଜରିତ ପ୍ରେମିକ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲା । ଏମିତି କିଛି ଘଟଣା ଯାଜପୁର ଜିଲା ମଂଗଳପୁର ଥାନା ଅନ୍ତର୍ଗତ ଜାଫରପୁର ପଂଚାୟତ ଚାଉଳିଆ ଗାଁରେ ଘଟିଛି ।

ଗାଁର ପୂର୍ଣ୍ଣଚନ୍ଦ୍ର ସାହୁଙ୍କୁ ପୁଅ ଶେଷଦେବ ଦୀର୍ଘ ବର୍ଷ ଧରି ଥାଲକୁଡି ପଂଚାୟତର ଦକ୍ଷିଣ ବନ୍ଧ ଗାଁର ଜନୈକ ଯୁବତୀଙ୍କୁ ଭଲ ପାଉଥିଲେ । ଭଲ ପାଇବା ଭିତରେ ଅନେକ ଦାମିକିଆ ଉପହାର ସହିତ ଫୋନ ପେ ଗୁଗୁଲ ପେ ରେ ଟଙ୍କା ଦେବା ଠାରୁ ଆରମ୍ଭ କରି ସୁନା ଗହଣା ମଧ୍ୟ ଦେଇଥିଲେ । କିନ୍ତୁ ସେହି ପ୍ରେମିକା ଜଣକ ଅନ୍ଯ ଜଣେ ଯୁବକ ମୁନା ସହିତ ପ୍ରେମ ସଂପର୍କ ରକ୍ଷା କରିବା ପରେ ଶେଷଦେବଙ୍କୁ ଧୋକ୍କା ଦେଇଥିଲେ । ଏପରିକି ପ୍ରେମିକା ଓ ମୁନା ଶାରିରିକ ସଂପର୍କ ରକ୍ଷା କରି ଏହାର ଭିଡିଓ ଶେଷଦେବଙ୍କ ମୋବାଇଲକୁ ପଠାଇଥିଲେ । ପରେ ଉକ୍ତ ଭିଡିଓକୁ ଭାଇରାଲ କରି ପ୍ରେମିକାକୁ ବଦନାମ କରିବାକୁ ଧମକ ଦେଇ ଶେଷଦେବଙ୍କ ଠାରୁ ଟଙ୍କା ଆଦାୟ କରାଯାଇଥିଲା । ବାରମ୍ବାର ଟଙ୍କା ଦେଇ ମଧ୍ୟ କୌଣସି ଲାଭ ନ ମିଳିବାରୁ ବାଧ୍ୟ ହୋଇ ଶେଷଦେବ ନିଜ ବାଡି ଗଛରେ ଦଉଡି ଦେଇ ଆତ୍ମହତ୍ୟା କରିଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଏହି ଘଟଣାରେ ଅନ୍ଯ ଦୁଇ ଜଣ ମଧ୍ୟ ସଂପୃକ୍ତି ଥିବା ଶେଷଦେବଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଶେଷଦେବ ଦେଇଥିବା ଟଙ୍କା କାରବାର ଏବଂ ମୋବାଇଲ ଚାଟିଂ,ଲାପଟପ କୁ ପୋଲିସ ଜବତ କରିଛି । ପ୍ରଥମେ ପ୍ରେମ, ପରେ ପ୍ରତାରଣା ଓ ଶେଷରେ ପଇସା ପାଇଁ ଶେଷଦେବଙ୍କ ଜୀବନ ଯାଇଛି । ପୋଲିସ ଅଭିଯୋଗ ପାଇବା ପରେ ସଂପୃକ୍ତ ପ୍ରେମିକା ଓ ତାର ସହଯୋଗୀ ମାନଙ୍କୁ ପଚରାଉଚୁରା କରୁଛି । ତଦନ୍ତ ଜାରି ରହିଥିବାରୁ ଏ ନେଇ ପୋଲିସ ଗଣମାଧ୍ୟମକୁ କୌଣସି ପ୍ରତିକ୍ରିୟା ଦେଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.