ଚାକିରିରୁ ବିଦା ପରେ ଉନ୍ମତ୍ତ କାଣ୍ଡ, ଗାଡିରେ ନିଆଁ ଲଗାଇଦେଲା ଡ୍ରାଇଭର
ଚାକିରିରୁ ବିଦା ପରେ ଉନ୍ମତ୍ତ କାଣ୍ଡ। ଗାଡିରେ ନିଆଁ ଲଗାଇଦେଲା ଡ୍ରାଇଭର । ସିସିଟିଭିରେ କଏଦ୍ ହୋଇଛି ଦୃଶ୍ୟ। ଭୁବନେଶ୍ବର ଜାଗମରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।

ଭୁବନେଶ୍ୱର (କେନ୍ୟୁଜ): ଚାକିରିରୁ ବିଦା ପରେ ଉନ୍ମତ୍ତ କାଣ୍ଡ । ଗାଡିରେ ନିଆଁ ଲଗାଇଦେଲା ଡ୍ରାଇଭର । ସିସିଟିଭିରେ କଏଦ୍ ହୋଇଛି ଦୃଶ୍ୟ । ଭୁବନେଶ୍ବର ଜାଗମରା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା ।
ନିଆଁ ଲଗାଇବା ପରେ ଅଭିଯୁକ୍ତ ମହମ୍ମଦ ହାକିମକୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ୍ । ମହମ୍ମଦ ଜାଗମରାର ଅଜିତ୍ ନାୟକଙ୍କ ନିକଟରେ ଡ୍ରାଇଭର ଭାବେ କାମ କରୁଥିଲେ । ତେବେ ମହମ୍ମଦ ନିଶା ସେବନ କରୁଥିବାରୁ ତାଙ୍କୁ ଚାକିରିରୁ ବାହାର କରି ନୂଆ ଡ୍ରାଇଭର ରଖିଥିଲେ ଅଜିତ୍ । ଏଥିରେ ରାଗିଯାଇ ମହମ୍ମଦ ଗାଡିରେ ନିଆଁ ଲଗାଇଦେଇଥିବା ନେଇ ଅଜିତ୍ ଥାନାରେ ଅଭିଯୋଗ କରିଛନ୍ତି ।