ବାହାଘର ଭାଙ୍ଗିବାରୁ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ, ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ

ବ୍ରହ୍ମପୁର : ଦିବାଲୋକରେ ମଝି ସାହିରେ ବୁଲିଲା ଖଣ୍ଡା । ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଓ ଖଣ୍ଡା ଧରି ଧମକ ଦେବାର ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ । ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗେଟ୍ ବଜାର ରାଧାକୃଷ୍ଣ ସାହିରେ ଘଟଣା ଦେଖିବାକୁ ମିଳିଛି ।
ଭିଡିଓ ଭାଇରାଲ ହେବା ପରେ ହିଞ୍ଜିଳିସାରୁ ଗାଁର କାହ୍ନା ଡାକୁଆ ଓ ରାଧାକୃଷ୍ଣ ସାହିର କାହ୍ନୁ ଡାକୁଆକୁ ଗିରଫ କରିଛି ଟାଉନ ଥାନା ପୋଲିସ । ବିବାହ ପ୍ରସ୍ତାବ ଭାଙ୍ଗିବା ପରେ ଝିଅ ଘର ଲୋକେ ପୁଅ ଘର ଲୋକଙ୍କୁ କ୍ଷତିପୂରଣ ବାବଦକୁ ଟଙ୍କା ମାଗିଥିଲେ ।
Also read: ବଢ଼ିଚାଲିଛି ଲୁଟେରାଙ୍କ ଉତ୍ପାତ, ସିସିଟିଭି କ୍ୟାମେରାରେ କଏଦ ହେଲା ଚିତ୍ର