ରାଜଧାନୀରୁ ସାପ ବିଷ ଜବତ ଘଟଣା, ଦେଢ ବର୍ଷ ପରେ ତଦନ୍ତ ଆରମ୍ଭ କଲା ଭିଜିଲାନ୍ସ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରୁ ମିଳିଥିବା ସାପ ବିଷ ତସ୍କରୀ ରାକେଟର ପର୍ଦାଫାଶ କରିବ କ୍ରାଇମ ବ୍ରାଞ୍ଚ ଏସଟିଏଫ। ଏ ନେଇ ଆଜି STF ପକ୍ଷରୁ ଆରମ୍ଭ ହୋଇଛି ତଦନ୍ତ। ଗତ ବର୍ଷ ରାଜଧାନୀରୁ ଏକ ଲିଟରରୁ ଅଧିକ ସାପ ବିଷ ସହ ୬ ଜଣଙ୍କୁ ଗିରଫ କରାଯାଇଥିବା ବେଲେ ମୁଖ୍ଯ ଅଭିଯୁକ୍ତ ସତ୍ୟନାରାୟଣ ଏବେ ବି ଫେରାର ଅଛି।

ସୂଚନା ଅନୁଯାୟୀ STF DSP E. କିରୋ ଆଜି ସିଟି DFO କାର୍ଯ୍ଯାଳୟକୁ ଯାଇ ପଚରା ଉଚୁରା କରିଛନ୍ତି। ଗତ ବର୍ଷ ମାର୍ଚ୍ଚ ମାସରେ ୧ କୋଟିରୁ ଅଧିକ ଟଙ୍କାର ସାପ ବିଷ ଜବତ ହୋଇଥିଲା। ଏଥିରେ ୬ଜଣ ଗିରଫ ହୋଇଥିଲେ ଓ ଏକ ଲିଟରରୁ ଅଧିକ ସାପ ବିଷ ଜବତ ହୋଇଥିଲା। ବନ ବିଭାଗ କ୍ରାଇମ ବ୍ରାଞ୍ଚକୁ ତଦନ୍ତ ପାଇଁ ଚିଠି ଲେଖିଥିଲା। କ୍ରାଇମ ବ୍ରାଞ୍ଚ ଏହି ସାପ ବିଷ ତସ୍କରୀ ରାକେଟର ଚେର ଖୋଜିବ। ଅନ୍ଯ ରାଜ୍ଯକୁ ଚାଲାଣ ସହ ବିଦେଶକୁ ଚାଲାଣ ରାକେଟ ନେଇ କରିବ ଖୋଲାତାଡ଼। ଏନେଇ ସୂଚନା ଦେଲେ ତଦନ୍ତ କାରୀ ଅଧିକାରୀ STF DSP E. କିରୋ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.