ବିରୋଧୀଙ୍କ ରଣନୀତି: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ

ଭୂୁବନେଶ୍ବର: ଦିନକ ପରେ ସଂସଦର ମୌସୁମୀ ଅଧିବେଶନ। ରଣନୀତି ପ୍ରସ୍ତୁତ ନେଇ ଆଜି ଏକାଠି ହେବେ ବିରୋଧୀ। ସଂଧ୍ୟାରେ ରାଜ୍ୟସଭାର ବିରୋଧୀ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ପାଲ୍ଲାମେଣ୍ଟ ସ୍ଥିତ କାର୍ୟ୍ୟାଳରେ ବୈଠକ ହେବ। କଂଗ୍ରେସ ସମେତ ବିରୋଧୀ ଦଳଙ୍କ ମେଳି ହେବ। ମୁଖ୍ୟ ଫୋକସ ରହିବ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ଉପରେ।
ଜୁଲାଇ ୧ ତାରିଖରେ ପି.ଜେ. କୁରିଏନଙ୍କ କାର୍ୟ୍ୟକାଳ ଶେଷ ପରେ ରାଜ୍ୟସଭା ଉପାଧ୍ୟକ୍ଷ ପଦ ଖାଲି ପଡିଛି। ମିଳିତ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିବା ନେଇ ଆଲୋଚନା ହେବ। ଏହି ଦୈାଡରେ ଆଗରେ ଅଛନ୍ତି ତୃଣମୂଳ କଂଗ୍ରେସ ସାଂସଦ ଶୁଖେନ୍ଦୁ ଶେଖର ରଏ। ସେହିପରି ଏନସିପିର ଜଣେ ପ୍ରାର୍ଥୀ କରିବାକୁ ବିରୋଧୀ ଚିନ୍ତା କରୁଛନ୍ତି। ସେପଟେ ରାଜ୍ୟସଭା ଉପାଧ୍ୟକ୍ଷ ପଦକୁ ନିଜ ପାଖରେ ରଖିବାକୁ ଚାହୁଁଛି ଶାସକ ଦଳ।
ବିଜେଡି ଓ ଏଆଇଏଡିଏମରେ ଭଳି ଦଳ ଠାରୁ ସମର୍ଥନ ପାଇ ଦଳ ପଦ ହାତେଇବାକୁ ଟାର୍ଗେଟ ରଖିଛି। ସୂଚନା ମିଳୁଛି ଅକାଳୀ ଦଳ ନେତା ନରେଶ ଗୁଜରାଲଙ୍କୁ ଏନଡିଏ ପ୍ରାର୍ଥୀ କରିବାକୁ ଚିନ୍ତା କରୁଛି। ସେପଟେ ବ୍ୟାଙ୍କ ଠକେଇ, ମହିଳା ସୁରକ୍ଷା, ଚାଷୀ ସମସ୍ୟା, ଜାତୀୟ ସୁରକ୍ଷା ନେଇ ସରକାରଙ୍କୁ ଘେରିବାକୁ ବିରୋଧୀ କଡା ରଣନୀତି ପ୍ରସ୍ତୁତ କରିବେ।