ଚାକିରିରୁ ଅବସର ପରେ ନିଜ ଉଦ୍ୟମରେ ଗାଁ ପୋଖରୀ ସଫା କଲେ ହୃଦୟାନନ୍ଦ, ସବୁ କରୁଛନ୍ତି ପ୍ରଶଂସା

ବ୍ରହ୍ମପୁର(କେନ୍ୟୁଜ୍‌): କେଉଁଠି ନା କେଉଁଠି ବଞ୍ଚିଛି ମଣିଷପଣିଆ। ଆଜିର ଦୁନିଆରେ ଟଙ୍କାର ଲୋଭରେ ମଣିଷ କିଛି ବି କରିବାକୁ ପଛାଉ ନାହିଁ। କିନ୍ତୁ ଏବେ ବି ଏଭଳି କିଛି ମଣିଷ ଅଛନ୍ତି ଯେଉଁମାନେ ନିସ୍ବାର୍ଥପର ସେବା କରିଚାଲିଛନ୍ତି। ଲୋଭକୁ ପରିତ୍ୟାଗ କରି ସମାଜର ମଙ୍ଗଳ ପାଇଁ ଅହରହ ପ୍ରଚେଷ୍ଟା ଜାରି ରଖିଛନ୍ତି।

ଏମିତି ଜଣେ ମରିଷ ଯିଏ, ଚାକିରିରୁ ଅବସର ପରେ ନିଜ ଉଦ୍ୟମରେ ଗାଁର ପରିବେଶ ସୁଧାରିବାକୁ ଅଣ୍ଟା ଭିଡିଛନ୍ତି। ସେ ହେଉଛନ୍ତି ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ ନୂଆ ମଇସାନପୁର ଗାଁର ହୃଦୟାନନ୍ଦ ପଣ୍ଡା। ହଜାର ବର୍ଷ ତଳର ଗାଁ ପୋଖରୀକୁ ସଫା କରିବା ପାଇଁ ସେ ତିନି ମାସ ଧରି କାର୍ଯ୍ଯ କରୁଛନ୍ତି। ଗଞ୍ଜାମ ଜିଲ୍ଲା ପାତ୍ରପୁର ନିକଟରେ ରହିଛି କାଶୀ ବିଶ୍ୱନାଥ ମନ୍ଦିର। ମନ୍ଦିରକୁ ଲାଗି ରହିଛି ଦଶ ଏକର ଜମିର ଏକ ପୁରାତନ ପୋଖରୀ।ଏହି ପୋଖରୀ ଉପରେ ମନ୍ଦିର ସେବା ପୂଜା କରିବା ପାଇଁ ର୍ନିଭର କରାଯାଉଥିଲା ଓ ଲୋକ ଗାଧୁଆ ପାଧୁଆ ବି କରୁଥିଲେ।

କିନ୍ତୁ ପ୍ରାୟ ଦଶ ବର୍ଷ ହେଲା ଏହା ଆବର୍ଜନା ରେ ପରିପୂର୍ଣ୍ଣ ହୋଇପଡ଼ିଥିଲା ପୋଖରୀଟି। ଯାହା ଫଳରେ ଏହା ଉପଯୋଗୀ ହୋଇ ପାରୁନଥିଲା।ଏବେ କିନ୍ତୁ ସେହି ସମସ୍ଯା ଦୂର ହୋଇଛି । ଚିକିଟି ବ୍ଲକର ନୂଆ ମଇସାନପୁର ଗାଁ ର ହୃଦୟାନନ୍ଦ ପଣ୍ଡା ଙ୍କ ପାଇଁ ଏହା ସମ୍ଭବ ହୋଇଛି।

ହୃଦୟାନନ୍ଦ ୧୯୯୨ ମସିହାରେ ବାୟୁ ସେନାରେ ଯୋଗ ଦେଇଥିଲେ। ଚାକିରୀ ରୁ ଅବସର ପରେ ନିଜ ଗାଁ ରେ ରହୁଥିବା ବେଳେ ଦିନେ ଅନତି ଦୂରରେ ଥିବା ପାତ୍ରପୁର କାଶୀ ବିଶ୍ୱନାଥ ମନ୍ଦିର କୁ ଦର୍ଶନ କରିବାକୁ ଯାଇଥିବା ବେଳେ ମନ୍ଦିରକୁ ଲାଗିରହିଥିବା ପୋଖରୀ ଉପରେ ତାଙ୍କର ନଜର ପଡିଥିଲା। ପୋଖରୀଟି ଦଳ ଓ ଆବର୍ଜନା ରେ ଭର୍ତ୍ତି ହୋଇଥିବା ଦେଖି ସଫା କରିବା ପାଇଁ ମନସ୍ଥ କଲେ। ଚାରି ଗୋଟି ପ୍ଲାଷ୍ଟିକ ଡ୍ରମ ରେ ଏକ ଭେଳା ତିଆରି କରି ସଫା କରିଚାଲିଛନ୍ତି । ତିନି ମାସ ର ପରିଶ୍ରମ ପରେ ତାଙ୍କ ଶ୍ରମ ସାର୍ଥକ ହୋଇଛି। ଏବେ ପୋଖରୀରେ ର୍ନିମଳ ପାଣି ଉକୁଟି ମାରିଛି, ଏହାକୁ ନେଇ ବେଶ୍ ଖୁସି ହୃଦୟାନନ୍ଦ।

ପ୍ରତିଦିନ ୪ରୁ ୫ ଘଣ୍ଟା ଦଳ ସଫା କରିବା ପାଇଁ ନିଜେ କାମ କରିବା ସହ ଅନ୍ଯ ଲୋକଙ୍କୁ ମଧ୍ୟ କାମରେ ଲଗାଇଥାନ୍ତି। ଚିକିଟି ତତ୍କାଳୀନ ରାଜା ଏହି ପୋଖରୀ କୁ ଖନନ କରିଥିଲେ ମହାଦେନାଙ୍କ ପୂଜା ଅର୍ଚ୍ଚନା ପାଇଁ । କିନ୍ତୁ ପ୍ରାୟ ଦଶ ବର୍ଷ ହେଲା ଦଳ ଭର୍ତ୍ତି ହୋଇଯାଇଥିଲା। ଯାହାଦ୍ବାରା ଠାକୁରଙ୍କ ସେବାରେ ଅସୁବିଧା ହେଉଥିଲା। ତେବେ ଏକ ନିଆରା ଓ ନିସ୍ବାର୍ଥପର ଚିନ୍ତାଧାରା ଏବଂ ଅନ୍ଯକୁ ସଚେତନ ଓ ମହତବାର୍ତ୍ତା ଦେବା ପାଇଁ ହୃଦୟାନନ୍ଦଙ୍କ ଏହିପରି କାର୍ଯ୍ଯକୁ ସଭିଏଁ ପ୍ରଂଶସା କରୁଛନ୍ତି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.