କିଛି ସମୟ ପରେ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ ଓଡ଼ିଆ ଦମ୍ପତି ଚନ୍ଦନ ଜେଠି  ଓ  ତାଙ୍କ ପତ୍ନୀ ମିତାଲିଙ୍କ ମରଶରୀର

ଭୁବନେଶ୍ବର(କେନ୍ୟୁଜ୍):  ଆଜି ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ ଓଡ଼ିଆ ଦମ୍ପତି ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ମହାପାତ୍ରଙ୍କ ମରଶରୀର। ବିମାନବନ୍ଦରରେ ପହଞ୍ଚିବା ପରେ କଟକ କାଫଲା ବଜାର ମହାନ୍ତିପଡାସ୍ଥିତ ତାଙ୍କ ବାସଭବନକୁ ନିଆଯିବ। ଏହାପରେ ପୁରୀ ସ୍ୱର୍ଗଦ୍ୱାରରେ ଶେଷକୃତ୍ୟ କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

ଗତ ସୋମବାର ବିଳମ୍ବିତ ରାତିରେ ସିକନ୍ଦରାବାଦ ଅଞ୍ଚଳରେ ଥିବା ରୁବି ଲଗ୍ଜରୀ ପ୍ରାଇଡ ନାମକ ଲଜ୍‌ରେ ଏହି ନିଆଁ ଲାଗିଥିଲା । ଏଥିରେ ମୋଟ୍‌ ୮ ଜଣ ପର୍ଯ୍ୟଟକ ପ୍ରାଣ ହରାଇଥିବା ବେଳେ ୧୦ ଜଣ ଗୁରୁତର ଆହତ ହୋଇଥିଲେ। ମୃତକ ମାନଙ୍କ ମଧ୍ୟରେ ଥିଲେ ଚନ୍ଦନ ଜେଠି ଏବଂ ତାଙ୍କ ପତ୍ନୀ ମିତାଲି ମହାପାତ୍ର। ୨୦୨୦ ନଭେମ୍ବର ମାସରେ ବାହାଘର ହୋଇଥିଲା । ସେମାନେ ବେଙ୍ଗାଳୁରୁରେ ରହୁଥିବା ବେଳେ ସିକନ୍ଦରାବାଦ ବୁଲିବାକୁ ଯାଇଥିଲେ ।

 

Leave A Reply

Your email address will not be published.