ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ଏସଟିଏଫ୍, ଇଓଡବ୍ଲ୍ୟୁ ପରେ ଏବେ ଭିଜିଲାନ୍ସ। ଗ୍ୟାଙ୍ଗଷ୍ଟର ଟିଟୋ ଲିଙ୍କରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ। ଆଜି କେନ୍ଦ୍ରାପଡ଼ା, କଟକ ଓ ଚଣ୍ଡିଖୋଳର ୫ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଚାଲିଛି। ଟିଟୋର ସରକାରୀ ବାବୁ ସମ୍ପର୍କ ନେଇ ଏହି ଚଢ଼ାଉ କରାଯାଉଥିବା ସୂଚନା ମିଳିଛି। ତହସିଲ ଓ RTO କାର୍ଯ୍ୟାଳୟରେ ବି କରାଯାଇଛି ରେଡ୍।
ଟିଟୋ ଅପରାଧିକ କାର୍ଯ୍ୟକଳାପର ତଦନ୍ତ କ୍ରାଇମବ୍ରାଞ୍ଚ ଏସଟିଏଫ୍ କରୁଥିବା ବେଳେ ଆର୍ଥିକ କାରବାରର ଖୋଳତାଡ କରୁଛି ଇଓଡବ୍ଲ୍ୟ। ଏହି ଦୁଇ ତଦନ୍ତକାରୀ ସଂସ୍ଥାକୁ ଟିଟୋ ସମ୍ପର୍କରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ବି ମିଳିଛି। ବିଭିନ୍ନ ପର୍ଯ୍ୟାୟରେ ତାକୁ ରିମାଣ୍ଡରେ ନେଇ ଗୁମର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ। ଏବେ ଭିଜିଲାନ୍ସ ନୂଆ ଗୁମର ପର୍ଦ୍ଦାଫାସ କରିବ।