ଭୂକମ୍ପ ପରେ ପୁଣି ଭୂକମ୍ପ, ଓଡ଼ିଶାରେ ଉପରେ ରହିଛି ଭୂକମ୍ପର ବିପଦ ?

 ଭୁବନେଶ୍ୱର : ସାରା ବିଶ୍ବକୁ ଡରାଇଚି ମ୍ୟାମାର ଭୂକମ୍ପ ।  ଏବେ ବି ବାରମ୍ବାର ଭୂକମ୍ପର ଝଟକା ଆସୁଛି ।  ଗତକାଲି ପୁଣି ୫.୧ ତୀବ୍ରତାର ଭୂକମ୍ପ ମାଣ୍ଡଳୟ ଅଞ୍ଚଳକୁ ଥରାଇଛି ।  ପ୍ରଶାନ୍ତ ମହାସାଗରର ଟୋଙ୍ଗା ଦ୍ୱୀପପୁଞ୍ଜରେ ବଡ଼ ଧରଣର ଭୂମିକମ୍ପ ହୋଇଛି ।

ନ୍ୟୁଜିଲାଣ୍ତ ନିକଟବର୍ତ୍ତୀ ଟୋଙ୍ଗା ଦ୍ବୀପରେ ୭ .୧ ତୀବ୍ରତାର ଏକ ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଛି ।  ଏହା ପରେ ସୁନାମି ଚେତାବନୀ ଜାରି କରାଯାଇଛି ।  ଏହାର ପ୍ରଭାବ ଭାରତୀୟ ଭୂଖଣ୍ଡରେ ବିଚଳନ ସୃଷ୍ଟି କରିବ କି ? ଓଡ଼ିଶା ପାଇଁ ଡର ଭାବେ ଜଣାଶୁଣା ବଙ୍ଗପସାଗର ଫାଟ ଅସ୍ଥିର ହୋଇଯିବ କି ? ଏଭଳି ଆଶଙ୍କା ଉଙ୍କି ମାରିଛି ।   ଭୂକମ୍ପ ପ୍ରବଣ ଅଞ୍ଚଳ ନ ହେଲେ ବି ଓଡ଼ିଶା ବିପଦ ମୁକ୍ତ ନୁହେଁ ।

ବିଶେଷଜ୍ଞଙ୍କ ମତରେ ମ୍ୟାମାର ଭୂଖଣ୍ଡ ଓଡ଼ିଶା ଠାରୁ ଦୂରରେ ନାହିଁ ।  ମ୍ୟାମାର ଓଡ଼ିଶା ଉପକୂଳରୁ ମାତ୍ର ୮ ଶହ କିଲୋମିଟର ଦୂର । ୨୦୧୬ ଅଗଷ୍ଟ ୨୫ ତାରିଖରେ ମ୍ୟାମାରରେ ଆସିଥିବା ଭୂକମ୍ପ ଯୋଗୁଁ ଉପକୂଳ ଓଡ଼ିଶା ଥରିଥିଲା ।

Also read: ମିଆଁମାରରେ ପୁଣି ଭୂକମ୍ପ ଝଟକା, ୫.୧ ତୀବ୍ରତାରେ ଥରିଲା