ଯୁବକଙ୍କୁ ଅପହରଣ ପରେ ହତ୍ୟା, ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ

ସୁବର୍ଣ୍ଣପୁର : ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ । ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ରାସ୍ତା ଅବରୋଧ। ନିଖୋଜ ଯୁବକ ଫୁଲଚରା ଗାଁର ସୁରଥ ନାଏକ। ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗାଁଲୋକେ ବୀରମହାରାଜପୁର ମୁଖ୍ୟ ଛକ ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତା ଉପରେ ଗାଡ଼ି ମୋଟର ସବୁ ଅଟକି ରହିଛି। ପୋଲିସ ଦୁଇଜଣଙ୍କୁ ଅଟକ ରଖିବା ସହ ସାଇଣ୍ଟିଫିକ ଟିମ ସାହାଯ୍ୟରେ ତଦନ୍ତ କରୁଛି।
ସୂଚନା ଅନୁସାରେ ଗତକାଲି ରାତିରୁ ନିଖୋଜ ଅଛନ୍ତି ସୁରଥ । ହରିହରଯୋର ବାଲି ପଠାରେ ସୁରଥଙ୍କ ଚପଲ ପଡିଥିବା ବେଳେ ବାଲିରେ କିଛି ଚିହ୍ନ ରହିଛି । ସୁରଥଙ୍କୁ ହତ୍ୟା ପରେ ଅପହରଣ କରାଯାଇଥିବା ନେଇ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଛି। ଏପର୍ଯ୍ୟନ୍ତ ସୁରଥଙ୍କ କିଛି ଖୋଜଖବର ମିଳିପାରିନାହିଁ । ସୁରଥଙ୍କୁ ହତ୍ୟା କରାଯାଇ ପ୍ରମାଣ ନଷ୍ଟ କରିବାକୁ ଲୁଚା ଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ଗାଁର ୩ଜଣ ସାମିଲ ଥିବା ଅଭିଯୋଗ ହୋଇଛି । ସୁରଥଙ୍କୁ ଖୋଜି ବାହାର କରିବା ସହ ଅଭିଯୁକ୍ତଙ୍କୁ ଗିରଫ ଦାବି ହୋଇଛି।