ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା

ଭୁବନେଶ୍ୱର(କେନ୍ୟୁଜ୍): ପୁଣି ବଢ଼ିବ ଥଣ୍ଡା ! ଆଗାମୀ ୨୪ ଘଣ୍ଟା ପରେ ରାଜ୍ୟର ଅନେକ ସ୍ଥାନରେ ଖସିବ ତାପମାତ୍ରା। ୩ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ଖସିବା ସମ୍ଭାବନା ରହିଛି।

ସେପଟେ ରାଜ୍ୟର କିଛି ସ୍ଥାନରେ ଘନ କୁହୁଡି ଅନୁଭୂତ ହେଉଛି। ସୁନ୍ଦରଗଡ଼ ଜିଲ୍ଲା ବଣାଇ ଅଞ୍ଚଳରେ ୨ଦିନ ହେବ ଶୀତ କମିଥିଲେ ବି ବଢ଼ୁଛି କୁହୁଡ଼ି । ଘନ କୁହୁଡ଼ି ଫଳରେ ଯାତାୟତରେ ଅସୁବିଧାର ସମ୍ମୁଖିନ ହେଉଛନ୍ତି ଲୋକ । ଏମିତି କୁହୁଡ଼ି ପ୍ରାୟ ୮.୩୦ ପର୍ଯ୍ୟନ୍ତ ରହୁଛି ।

Leave A Reply

Your email address will not be published.