ପୁଅ ଚାଲିଯିବା ପରେ ବୋହୂକୁ ଦ୍ବିତୀୟ ବିବାହ କରାଇଲେ ପୂର୍ବତନ ବିଧାୟକ, ଦିନ ତମାମ ମିଳୁଛି ପ୍ରଶଂସା

ଭୁବନେଶ୍ବର(କେନ୍ୟୁଜ୍): ମଣିଷ ପଣିଆ ଆଉ ବଡ଼ ହୃଦୟର  କାମ କରିଦେଖାଇଲେ ପୂର୍ବତନ ବିଧାୟକ ନବୀନ ନନ୍ଦ। ପୁଅ ମରିଯିବା ପରେ ନିଜ ବିଧବା ବୋହୂକୁ ପୂନର୍ବାର ଆଉ ଜଣେ ପୁଅ ସହିତ ବିବାହ କରାଇଛନ୍ତି ପୂର୍ବତନ ବିଧାୟକ ନବୀନ ନନ୍ଦ।  ନବୀନ ନନ୍ଦଙ୍କ ଏହି ମହାନତା ପାଇଁ ଆଜି ଦିନ ତମାମ  ସୋସିଆଲ ମିଡିଆରେ ପ୍ରଶାଂସା ମିଳୁଛି। ଏହି ବିବାହ ପରେ ନବୀନ ନନ୍ଦ ସୋସିଆଲ ମିଡ଼ିଆରେ ଲେଖିଛନ୍ତି  ଆଜି ଦିନଟି ତାଙ୍କ ପାଇଁ ସ୍ମରଣୀୟ ହୋଇ ରହିବ।  ଏହା ସହ ସେ ଭୁଲ କରିଛନ୍ତି କି ଠିକ କରିଛନ୍ତି ଜାଣିନି ବୋଲି ବି କହିଛନ୍ତି।

 ଆଜିର ଦିନ ଟି ମୋ ପାଇଁ ସ୍ମରଣୀୟ ହୋଇ ରହିବ । ମୁଁ ଭୁଲ କରିଛି କି ଠିକ କରିଛି ଜାଣିନି ।କିନ୍ତୁ ହିନ୍ଦୁ ରୀତି ନୀତି ଓ ପରମ୍ପରାରୁ ବାହାରକୁ ଯାଇ ମୋର ସ୍ବର୍ଗତ ବଡ଼ ପୁଅ ସମ୍ବିତ (ସୋମୁ )ର ସ୍ତ୍ରୀ “ମଧୁସ୍ମିତା” (ସୀମା)କୁ ଦ୍ଵିତୀୟ ବିବାହ ପାଇଁ ସମ୍ମତି ଦେଲି ।ଏଥିରେ ଆମ ଦୁଇ ପରିବାର ମୋର ସମୁଦି (ମଧୁସ୍ମିତାର ବାପା) ଶ୍ରୀଯୁକ୍ତ ନୀଳମଣି ପଣ୍ଡାଙ୍କ ସମ୍ମତି କ୍ରମେ ଏହି ବାହାଘର ଆଜି ଭୁବନେଶ୍ୱର ନୟାପଲ୍ଲୀ ସ୍ଥିତ” ଲକ୍ଷ୍ମୀ ମନ୍ଦିର” ପରିସର ରେ ଅତି ନିରାଡ଼ମ୍ବର ଭାବେ ସମ୍ପର୍ଣ୍ଣ ହେଲା।

“ମଧୁସ୍ମିତା”ର ଶୁଭ ବିବାହ ବାଲେଶ୍ୱର ଜିଲ୍ଲା ରେମୁଣା ନିବାସୀ ସ୍ବର୍ଗତ କିଶୋର ଚନ୍ଦ୍ର ପତିଙ୍କର ଏକ ମାତ୍ର ପୁତ୍ର “ଶିବ ଚନ୍ଦନ”ଙ୍କ ସହ ବିବାହରେ ମୋର ଧର୍ମପତ୍ନୀ ରଞ୍ଜିତାଙ୍କ ସହ ମଧୁସ୍ମିତାର ଦୁଇ ଭାଇ ସୌମ୍ୟରଞ୍ଜନ ଓ ରଶ୍ମିରଞ୍ଜନଙ୍କ ଉପସ୍ଥିତିରେ ସମ୍ପର୍ଣ୍ଣ କରାଗଲା ।ଭଗବାନ ସେମାନଙ୍କ ଦାମ୍ପତ୍ୟ ଜୀବନ କୁ ସୁଖମୟ କରନ୍ତୁ ଏତିକି ଆମର କାମନା ବୋଲି ସେ ଫେସବୁକରେ ଲେଖିଛନ୍ତି। ଗତ ୨୦୨୧ରେ ନବୀନ ନନ୍ଦଙ୍କ ବଡ଼ ପୁଅ ସମ୍ବିତ ନନ୍ଦ କରୋନାରେ ପ୍ରାଣ ହରାଇଥିଲେ। ସମ୍ବିତଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।

 

 

Leave A Reply

Your email address will not be published.