ପଶ୍ଚିମ ଓଡ଼ିଶାରେ ପ୍ରଭାବ ଚର୍ଚ୍ଚା : ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ସରିଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା

ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ସରିଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ପଶ୍ଚିମ ଓଡ଼ିଶାରେ ମୋଦି ଓ ରାହୁଲଙ୍କ ଗସ୍ତର ପ୍ରଭାବକୁ ରାଜନୈତିକ ଅଙ୍କକଷା ।

ସମ୍ବଲପୁର(କେନ୍ୟୁଜ): ମୋଦିଙ୍କ ସମ୍ବଲପୁର ଗସ୍ତ ପରେ ସରିଲା ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା । ପଶ୍ଚିମ ଓଡ଼ିଶାରେ ମୋଦି ଓ ରାହୁଲଙ୍କ ଗସ୍ତର ପ୍ରଭାବକୁ ରାଜନୈତିକ ଅଙ୍କକଷା । ଦୁଇ ଜଣଙ୍କ ଗସ୍ତର କେତେ ରହିବ ପ୍ରଭାବ। ଫେବ୍ର୍ରୁଆରୀ ୩ ତାରିଖରେ ସମ୍ବଲପୁର ଆସିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ୩ ଦିନିଆ ଭାରତ ଯୋଡ଼ୋ ନ୍ୟାୟଯାତ୍ରାରେ ଓଡ଼ିଶା ଗସ୍ତରେ ଆସିଥିଲେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ।

ରାଉରକେଲା ଓ ଝାରସୁଗୁଡ଼ାରେ କରିଛନ୍ତି ଭାରତ ଯୋଡୋ ନ୍ୟାୟ ଯାତ୍ରା । ପଶ୍ଚିମ ଓଡ଼ିଶାକୁ ଦୁଇ କେନ୍ଦ୍ରୀୟ ନେତା ଫୋକସ କରୁଥିବାବେଳେ ମୋଦି ଓ ରାହୁଲଙ୍କ ଓଡିଶା ଗସ୍ତରୁ ବିଜେପି ଓ କଂଗ୍ରେସକୁ କିଛି ଫାଇଦା ମିଳିବ କି ? ସେପଟେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଢ଼ାଖୋଲ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ଓଡ଼ିଶାରେ ତିନି ପ୍ରମୁଖ ଦଳ ୨୦୨୪ ନିର୍ବାଚନକୁ ଦୃଷ୍ଟିରେ ରଖି ପୂରା ଦମ ଲଗାଇଲେଣି । ଏଭଳି ସ୍ଥିତିରେ କାହାର କଣ ପ୍ରଭାବ ରହିବ ତାକୁ ନେଇ ରାଜନୈତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା ।