ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା, ମୁଖ୍ୟମନ୍ତ୍ରୀଙ୍କ ସହିତ ହେବେ ଭେଟ

ଭୁବନେଶ୍ୱର(କେନ୍ୟୁଜ୍): ପଦ୍ମପୁର ଉପନିର୍ବାଚନରେ ବିଜେଡିର ରେକର୍ଡ ବିଜୟ । ୪୨ ହଜାର ୬୭୯ ଭୋଟ୍‌ ମାର୍ଜିନରେ ଜିତିଛନ୍ତି ବର୍ଷା ସିଂ ବରିହା । ପଦ୍ମପୁରବାସୀ ବାପାଙ୍କଠାରୁ ତାଙ୍କୁ ଅଧିକ ଆଶୀର୍ବାଦ କରିଛନ୍ତି । ବିଜୟ ପରେ ଆଜି ଭୁବନେଶ୍ୱର ଆସୁଛନ୍ତି ବର୍ଷା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ ।

ଗତକାଲି ବିଜୟ ପରେ ବର୍ଷାଙ୍କୁ ଫୋନ୍‌ କରି ଶୁଭେଚ୍ଛା ଜଣାଇଥିଲେ ମୁଖ୍ୟମନ୍ତ୍ରୀ । ବର୍ଷା ବି ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଥିଲେ । ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଶାଶୁ ଘରକୁ ଯିବେ ବର୍ଷା ସିଂ ବରିହା ।

ପଦ୍ମପୁର ବିଜୟକୁ ପଦ୍ମପୁରବାସୀଙ୍କ ବିଜୟ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଷ୍ଠାର ସହ କାମ ଏବଂ ବିରୋଧୀ ଦଳଙ୍କ ମିଛ କଥାକୁ ଲୋକଙ୍କ ସମ୍ମୁଖରେ ରଖିଥିବାରୁ ବିଜେଡି କର୍ମୀଙ୍କୁ ଧନ୍ୟବାଦ ଦେଇଛନ୍ତି ।

ନବୀନ କହିଛନ୍ତି, ଜଣେ ବାପା ହରାଇ ଦୁଃଖରେ ଥିବା ମହିଳାଙ୍କୁ ବିଜେପିର କିଛି ନେତା ଅସମ୍ମାନ କଲେ । ତାହା ବହୁତ ଦୁଃଖ ଦେଇଥିଲା । ଏଥିପାଇଁ ସେ ନିଜେ ଯାଇ ବର୍ଷା ସିଂଙ୍କ ପାଖରେ ଠିଆ ହେବାକୁ ନିଷ୍ପତ୍ତି ନେଲେ । ପ୍ରଚାର ପାଇଁ ଗଲେ ପଦ୍ମପୁର । ମୁଖ୍ୟମନ୍ତ୍ରୀ କହିଛନ୍ତି, ପଦ୍ମପୁରବାସୀଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେବ । ଖୁବଶୀଘ୍ର ସେ ପଦ୍ମପୁର ଯିବେ ।

Leave A Reply

Your email address will not be published.