ବଲାଙ୍ଗିର କିସ କ୍ଯାମ୍ପସ ବୁଲି ଦେଖିଲେ ସାଂସଦ ଡ଼ ଅଚ୍ଯୁତ ସାମନ୍ତ, ଆଦିବାସୀ ପିଲାଙ୍କ ପାଠ ପଢାକୁ ନେଇ କର୍ମଚାରୀ ଓ ଆଧିକାରୀଙ୍କୁ ଦେଲେ ନିର୍ଦ୍ଦେଶ

ବଲାଙ୍ଗୀର (କେନ୍ୟୁଜ): ବଲାଙ୍ଗିର କିସ । ଏବେ ପାଇଛି ସ୍ୱତନ୍ତ୍ର ପରିଚୟ । ବଣ ପାହାଡ ଘେରା ଆଦିବାସୀ ଜିଲ୍ଲାର ଆଦିବାସୀ ବାଳିକା ମାନେ ପାଠ ପଢି ମଣିଷ ହେବେ । ଆଜି କିସ କ୍ଯାମ୍ପସ ବୁଲି ଦେଖିଲେ କିସ କିଟର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡ଼ ଅଚ୍ଯୁତ ସାମନ୍ତ । ପିଲା ମାନେ କିପରି ରହୁଛନ୍ତି ଏହା ହଷ୍ଟେଲ କୁ ଯାଇ ପଚାରି ବୁଝିଥିଲେ । କିସ ରେ ରହୁଥିବା ୫୦୦ ଜଣ ଛାତ୍ରୀ ମଧ୍ୟ ଡ ସାମନ୍ତଙ୍କୁ ଦେଖି ବେଶ ଖୁସି । କିସ ର କୁନି କୁନି ଛାତ୍ରୀ ମାନେ ଡ ସାମନ୍ତଙ୍କୁ ଧୂମଧାମରେ ହାତରେ ବେଲୁନ ଓ ଫୁଲ ଚନ୍ଦନ ଧରି ସ୍ୱାଗତ କରିଥିଲେ ।

ସୂଚନା ଅନୁଯାୟୀ ୨୦୧୯ ମସିଆ ରେ ମୁଖ୍ଯମନ୍ତ୍ରୀଙ୍କ ଦ୍ୱାରା ଉଦ୍ଘାଟନ ହୋଇଥିଲା । ପରେ କରୋନା ମହାମାରୀ ପାଇଁ ସ୍କୁଲ ବନ୍ଦ ରହିଥିଲା । ହେଲେ ଲୋକ ସେବାରେ ଅବହେଳା କରି ନଥିଲା କିସ । କିସ ସାଜିଥିଲା କୋଭିଡ ଡାକ୍ତର ଖାନା । ଅନେକ ଲୋକଙ୍କ ଜୀବନ ବଞ୍ଚାଇଲା । ଏବେ ପୁଣି ସ୍କୁଲ ଖୋଲିଛି । ଆଜି ଡ ସାମନ୍ତ ବଲାଙ୍ଗିର ଆସି କିପରି ଆଦିବାସୀ ପିଲା ପାଠ ପଢିବେ ଏନେଇ କିସ ର କର୍ମଚାରି ଓ ଆଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି ।