କରୋନା ନଜରରେ ରେଭେନ୍ସା ବିଶ୍ୱବିଦ୍ୟାଳୟ, ଆଜି ପୁଣି ୨ ପଜିଟିଭ୍ ଚିହ୍ନଟ

କଟକ (କେନ୍ୟୁଜ) : ପୁଣି ରେଭେନ୍ସାରୁ ବାହାରିଲେ ଆଉ ୨ ପଜିଟିଭ୍ । ପୂର୍ବରୁ ୩ ଜଣ ସଂକ୍ରମିତ ଟିହ୍ନଟ ହୋଇଥିବା ବେଳେ ଏବେ ଆଉ ୨ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଫଳରେ ରେଭେନ୍ସାରେ କରୋନା ପଜିଟିଭ୍ ମାମଲା ୫କୁ ବୃଦ୍ଧି ପାଇଛି ।

କିଛି ଦିନ ତଳେ ରେଭେନ୍ସାର ଜଣେ ଅତିଥି ଅଧ୍ୟାପକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା । ସେ ପଢ଼ାଉଥିବା ବିଭାଗକୁ ସାନିଟାଇଜ୍ କରାଯିବା ସହିତ ଉକ୍ତ ବିଭାଗକୁ ୭ ଦିନ ପାଇଁ ବନ୍ଦ କରାଯାଇଥିଲା । ଏହା ସହିତ ଉକ୍ତ ବିଭାଗର ଅନ୍ୟ ଅଧ୍ୟାପକ ଅଧ୍ୟାପିକା ଏବଂ ପ୍ରଫେସରଙ୍କୁ ସଙ୍ଗରୋଧରେ ରହିବାକୁ ପରାମର୍ଶ ଦିଆଯାଇଥିଲା । ବୁଧବାର ୧୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କର କରୋନା ପରୀକ୍ଷା କରାଯାଇଥିଲା ।

ତେବେ ସେଥିମଧ୍ୟରୁ ଜଣେ ଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଯାହାପରେ ତାଙ୍କୁ ସେ ରହୁଥିବା ହଷ୍ଟେଲରେ ହିଁ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହାପରେ ବିଶ୍ୱ ବିଦ୍ୟାଳୟରୁ ଆଉ ୨ ପଜିଟିଭ୍ ମାମଲା ସାମ୍ନାକୁ ଆସିଥିଲା । ଯାହାପରେ ଆଜି ଅର୍ଥାତ୍ ଶୁକ୍ରବାର ଆଉ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କୁ ଆଇସୋଲେସନରେ ରଖାଯାଇଥିବା ସୂଚନା ରହିଛି।।

 

Leave A Reply

Your email address will not be published.