ପ୍ରକୃତି ମିଶ୍ର ବ୍ଲାକମେଲ୍ କରି ନାହାନ୍ତି: ବାବୁସାନ

ଭୁବନେଶ୍ବର(କେନ୍ୟୁଜ୍): ପ୍ରକୃତିଙ୍କ ପରେ ସୋସିଆଲ୍ ମିଡିଆରେ ପୁଣି ଭିଡିଓ ସେୟାର କଲେ ବାବୁସାନ । ପ୍ରକୃତି ମିଶ୍ରଙ୍କ ନାଁରେ ମା’ ଓ ସ୍ତ୍ରୀଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ବାବୁସାନ କହିଛନ୍ତି, ସେ ତାଙ୍କୁ ବ୍ଲାକମେଲ୍ କରି ନାହାନ୍ତି । ତାଙ୍କୁ ଟଙ୍କା ପଇସା ଦେଇ ନାହାନ୍ତି । ସବୁବେଳେ ସମର୍ଥନ କରି ଆସିଛନ୍ତି ବୋଲି କହିଛନ୍ତି ବାବୁସାନ ।
ଅନ୍ୟପଟେ କିଛି ସମୟ ପୂର୍ବରୁ ସୋସିଆଲ୍ ମିଡିଆରେ ଭିଡିଓ ଛାଡ଼ି ପ୍ରତିକ୍ରିୟା ରଖିଛନ୍ତି ଅଭିନେତ୍ରୀ ପ୍ରକୃତି ମିଶ୍ର । ଗତକାଲିର ଘଟଣା ଓ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ଭିଡିଓ ଜାରି କରିଛନ୍ତି । ପ୍ରକୃତି କହିଛନ୍ତି, ବିନା କଥାବାର୍ତ୍ତାରେ ତାଙ୍କ ସାଙ୍ଗରେ ଗୁଣ୍ଡାଗର୍ଦ୍ଦି ହୋଇଛି । ଜଣେ ଝିଅକୁ ବିଚା ରାସ୍ତାରେ ହାରାସ୍ କରାଯାଇଛି । ଜଣେ ନାରୀ ଆଉ ଜଣେ ନାରୀଙ୍କୁ ନିର୍ଯାତନା ଦେଇଛନ୍ତି । ଘଟଣାସ୍ଥଳରେ ଲୋକ ସାହାଯ୍ୟ କରିବା ପରିବର୍ତ୍ତେ ସେଲଫି ନେଉଥିଲେ ।
ସେହିପରି ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଉପରେ ପ୍ରକୃତି କହିଛନ୍ତି, କେହି କାହା ଘରକୁ ଭାଙ୍ଗି ପାରିବେ ନାହିଁ । ଘର ପୂର୍ବରୁ ଭାଙ୍ଗି ସାରିଛି । ତାଙ୍କ ସ୍ୱାମୀଙ୍କୁ ସେ ସମ୍ଭାଳନ୍ତୁ । ବେକରେ ଶିକୁଳି ପକାଇ ରଖନ୍ତୁ । ସେ ସେଠାରେ ଏକା ଫାଇଟ୍ କରି ଆସିଛନ୍ତି ।ପ୍ରକୃତି ଆହୁରି କହିଛନ୍ତି, ଅନ୍ୟ ଝିଅକୁ ଟଣା ଓଟରା କରି ରାସ୍ତାରେ ଅପଦସ୍ତ କଲେ । ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ । ଯେତେ ଭାଙ୍ଗିଲେ ବି ହାର ମାନିବେ ନାହିଁ । ଅଟକିବେନି, ଆହୁରି ଆଗକୁ ବଢ଼ିବେ ବୋଲି କହିଛନ୍ତି ପ୍ରକୃତି ମିଶ୍ର ।