କେନ୍ଦ୍ରକୁ ବିଜେଡିର ଚେତାବନୀ: ଗ୍ୟାସ ଦର ୩୦ ତାରିଖ ସୁଧା କମା ନହେଲେ ଆନ୍ଦୋଳନ ହେବ ଜୋରଦାର

କେନ୍ୟୁଜ୍(ବ୍ୟୁରୋ):  ଗ୍ୟାସ ଦର ୩୦ ତାରିଖ ସୁଧା ନକମିଲେ ରାଜରାସ୍ତାକୁ ଓହ୍ଲାଇବ ବିଜେଡି। ହଜାର ହଜାର ମହିଳା ଏକାଠି ହେବେ ଓ ଜୋରଦାର  ଆନ୍ଦୋଳନ ହେବ ବୋଲି ସୂଚନା  ଦେଇଛି ବିଜେଡି  । କେବଳ ଗ୍ୟାସ ନୁହେଁ ପେଟ୍ରୋଲ ଓ ଡିଜେଲ ସହ ଏଲ୍‌ପିଜି ଦର ଆକାଶ ଛୁଆଁ ହୋଇଛି। ତୈଳ ଦର ବୃଦ୍ଧି ଯୋଗୁଁ ସାଧାରଣ ଜନତାଙ୍କ ଠାରୁ ମଧ୍ୟବିତ୍ତ ପରିବାର ଉପରେ ଅତିରିକ୍ତ ବୋଝ ପଡ଼ିଛି।

ପ୍ରତ୍ୟେକ ଜିନିଷର ଦର ବଢ଼ିଥିବାରୁ ସାଧାରଣ ଜନତା ବହୁ କଷ୍ଟରେ ପରିବାର ଚଳାଉଛନ୍ତି। ଏଲପିଜି ଦର ବଢ଼ିବା ଯୋଗୁଁ ଲୋକେ ଅଧିକ ପ୍ରଭାବିତ ହେଉଛନ୍ତି। ଏହାକୁ  ଯଦି  ନିୟନ୍ତ୍ରଣ କରାନଯାଏ ତେବେ ଏହା ମଧ୍ୟବିତ୍ତଙ୍କ ମେରୁଦଣ୍ଡକୁ ଆଘାତ ଦେବ। ତେଣୁ ଏହାକୁ ୩୦ ତାରିଖ ସୁଦ୍ଧା କେନ୍ଦ୍ର ସରକାର  କମାନ୍ତୁ  ବୋଲି ବିଜେଡି ଦାବି କରିଛି । ଆଜି ସାମ୍ବାଦିକ ସମ୍ମିଳନୀରେ ୩୦ ତାରିଖ ସୁଦ୍ଧା ଗ୍ୟାସ ଦର ହ୍ରାସ ନପାଇଲେ ଆନ୍ଦୋଳନ ଜୋରଦାର ହେବ ବୋଲି ବିଜେଡି ସୂଚନା ଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.