କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ପୁଣିଥରେ ସୃଷ୍ଟି ହୋଇଛି ନ୍ଦ୍ୱନ୍ଦ୍ୱ

ଭୁବନେଶ୍ବର(କେନ୍ୟୁଜ୍): କାଳିଆ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କୃଷିମନ୍ତ୍ରୀ ଗୋଟିଏ ତଥ୍ୟ ଦେଇଥିବା ବେଳେ ଏବେ ବିଧାନସଭାେରେ ଦେଇଛନ୍ତି ଭିନ୍ନ ତଥ୍ୟ । କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ତାଲିକାକୁ ନେଇ ସୃଷ୍ଟି ହୋଇଛି ପୁଣିଥରେ ନ୍ଦ୍ୱନ୍ଦ୍ୱ । ପୂର୍ବରୁ କାଳିଆର ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ୩ ଲକ୍ଷ ୪୧ ହଜାର । ସେଥିମଧ୍ୟରୁ ୨୦ ହଜାର ସରକାରୀ ଚାକିରିଆ । ୧୨ ହଜାର ବଡ଼ ଚାଷୀ । ୯ ହଜାର ନାବାଳକ ଓ ନାବାଳିକା ଯୋଜନାର ଲାଭ ଉଠାଇଥିଲେ । ମାତ୍ର ଏବେ ବିଧାନଭସାରେ ଭିନ୍ନ ତଥ୍ୟ ରଖିଛନ୍ତି କୃଷି ମନ୍ତ୍ରୀ । ଜଳେଶ୍ୱର ବିଧାୟକ ଅଶ୍ୱିନୀ ପାତ୍ର ପଚାରିଥିଲେ କାଳିଆ ଯୋଜନାରେ କେତେ ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହୋଇଛନ୍ତି ଓ କେତେ ଅଯୋଗ୍ୟ ଟଙ୍କା ଫେରାଇଛନ୍ତି । ମନ୍ତ୍ରୀ ଉତ୍ତର ରଖିଛନ୍ତି ୪୫ ହଜାର ୯୬୫ ଜଣ ହେଉଛନ୍ତି ଅଯୋଗ୍ୟ ହିତାଧିକାରୀ । ଅଯୋଗ୍ୟଙ୍କ ଠାରୁ ଟଙ୍କା ଆଣିବା ପାଇଁ ପ୍ରକ୍ରିୟା ଚାଲିଥିବା କହିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଏବେ ପ୍ରଶ୍ନ ଉଠିଛି ପ୍ରକୃତ ତଥ୍ୟ କେଉଁଟା ? ପୂର୍ବରୁ ଅଯୋଗ୍ୟକୁ ନେଇ ରାଜ୍ୟ ସରକାରଙ୍କୁ ନିଶାନା କରିଥିଲେ ବିରୋଧୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.