ରାଜ୍ୟ

ପୁଣି ଏକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଲେ କଟକ ଓପିଆଇଡି କୋର୍ଟ

କଟକ(କେନ୍ୟୁଜ୍): କଟକ ଓପିଆଇଡି କୋର୍ଟ ପୁଣି ଏକ ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ବାଜ୍ୟାପ୍ତି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀଭୂମି ଗ୍ରୁପ ଅଫ କମ୍ପାନିଜ ଚିଟଫଣ୍ଡ କମ୍ପାନୀର ସମସ୍ତ ସ୍ଥାବର ସମ୍ପତ୍ତି ବାଜ୍ୟାପ୍ତ କରିବାକୁ ସ୍ୱତନ୍ତ୍ର ଓପିଆଇଡି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଏହି ଚିଟଫଣ୍ଡ କମ୍ପାନୀ ନାମରେ ଥିବା ୨୪ ଏକର ଭୁସମ୍ପତ୍ତିକୁ ବାଜ୍ୟାପ୍ତ କରିଛନ୍ତି ଓପିଆଇଡି କୋର୍ଟ। ଶ୍ରୀଭୂମି ଚିଟଫଣ୍ଡ କମ୍ପାନୀ ଜମାକାରୀଙ୍କ ଠାରୁ ୭ କୋଟି ଟଙ୍କାର ଠକେଇ କରିଥିବାର ଅଭିଯୋଗ ହୋଇଥିଲା। ବାଜ୍ୟାପ୍ତ ହୋଇଥିବା ସମ୍ପତ୍ତି ନିଲାମ କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ମଧ୍ୟରେ ବାଣ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଓପିଆଇଡି କୋର୍ଟ।

ପୂର୍ବରୁ ୨୦୧୭ ମସିହାରେ ଶ୍ରୀଭୂମି ଚିଟଫଣ୍ଡ କମ୍ପାନୀର ୪୬ ଏକର ଭୁସମ୍ପତ୍ତି ବାଜ୍ୟାପ୍ତ ହୋଇଥିଲା। ଏହା ସହିତ ବ୍ୟାଙ୍କ ଜମା ଥିବା ସାଢ଼େ ୩ ଲକ୍ଷ ଟଙ୍କାକୁ ମଧ୍ୟ ବାଜ୍ୟାପ୍ତି କରିଥିଲେ ଓପିଆଇଡି କୋର୍ଟ। ଏବେ ହୋଇଥିବା ସମ୍ପତ୍ତି ବାଜ୍ୟାପ୍ତି ମାମଲାରେ ଓପିଆଇଡି କୋର୍ଟରେ ସରକାରଙ୍କ ପକ୍ଷରୁ ୪୦ ଟି ଦଲିଲ ଦାଖଲ ହୋଇଥିଲା। କଟକ ଏଡିଏମ ତଥା ପ୍ରାଧିକୃତ ଅଧିକାରୀ ଓପିଆଇଡି କୋର୍ଟରେ ସମ୍ପତ୍ତି ବାଜ୍ୟାପ୍ତି ପାଇଁ ଏହି ମାମଲା ରୁଜ୍ଜୁ କରିଥିଲେ। ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ ସରକାରୀ ଓକିଲ ସୁବ୍ରତ ମହାନ୍ତି।

KNews Bureau

Recent Posts

ଆଜିଠୁ ୪ଦିନ ଯାଏ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା

ଭୁବନେଶ୍ୱର: ଆଜିଠୁ ୪ଦିନ ଯାଏ ବର୍ଷା । ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ବଙ୍ଗୋପସାଗରରେ…

17 mins ago

ଆଜି ଲୋକସଭା ବାଚସ୍ପତି ନିର୍ବାଚନ, ଦିନ ୧୧ଟାରେ ଭୋଟିଂ

ନୂଆଦିଲ୍ଲୀ: ଆଜି ଲୋକସଭା ବାଚସ୍ପତି ନିର୍ବାଚନ । ସ୍ଵାଧୀନତା ପରେ ପ୍ରଥମ ଥର ପାଇଁ ଲୋକସଭା ବାଚିସ୍ପତି ପଦବୀ ପାଇଁ…

22 mins ago

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

8 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

10 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

10 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

10 hours ago