ପୁଣି ୧୫ ଦିନ ଛୁଟିରେ ଗଲେ ଡାକ୍ତର ସୁମିତ୍‌, ଘର ବାରଣ୍ଡାରେ ସେମିତି ବସିରହିଛନ୍ତି ତପସ୍ୱିନୀ

ବ୍ରହ୍ମପୁର(କେନ୍ଯୁଜ୍): ତପସ୍ୱିନୀ-ସୁମିତ୍‌ ବିବାଦରେ ପ୍ରତିଦିନ ବଦଳୁଛି ମୋଡ଼। ପୁଣି ଛୁଟିରେ ଗଲେ ଡାକ୍ତର ସୁମିତ ସାହୁ। ପୂର୍ବରୁ ୨୦ ଦିନ, ଏବେ ପୁଣି ୧୫ ଦିନ ଛୁଟିରେ ଗଲେ ସୁମିତ୍‌। ଏପଟେ ସୁମିତଙ୍କ ଓକିଲ SDJMଙ୍କ କୋର୍ଟରେ ଆଉ ଏକ ପିଟିସନ ଦାଖଲ କରିଥିବା ସୂଚନା ମିଳିଛି। ଏଥିରେ ଘର ସମ୍ମୁଖରୁ ତପସ୍ୱିନୀଙ୍କୁ ହଟାଇବାକୁ ଏକ ପିଟିସନ ଦାଖଲ ହୋଇଛି। ଏଥିରେ ତପସ୍ୱିନୀ ଶ୍ୱଶୁର ଘର ସମ୍ମୁଖ ଭାଗକୁ ଯେଉଁଭଳି ଅକ୍ତିଆର କରିଛନ୍ତି ତାହା ନିୟମ ବିରୁଦ୍ଧ ବୋଲି କୁହାଯାଇଛି।

ଏହାଦ୍ୱାରା ଘର ଲୋକ ପାଖ ପଡୋଶୀ ନାନା ପ୍ରକାର ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ପତ୍ନୀର ମର୍ଯ୍ୟାଦା ପାଇବାକୁ ସୁମିତଙ୍କ ଘର ବାରଣ୍ଡାରେ ଜାରି ରହିଛି ତପସ୍ୱିନୀଙ୍କ ଧାରଣା। ସେପଟେ ସୋମବାର ରାତିର ଘଟଣା ପରଠାରୁ ବ୍ରହ୍ମାନଗର ଗୁରୁଦେବ ହସ୍ପିଟାଲ ଯାଏଁ ୧୪୪ ଧାରା ଲାଗୁ ହୋଇଛି। ଏହାକୁ ନେଇ ଦିନେ ଦୁଇ ଦିନ ମଧ୍ୟରେ ହାଇକୋର୍ଟରେ ପିଆଇଏଲ୍‌ ପାଇଁ ଓକିଲ ସଜବାଜ ହେଉଛନ୍ତି।