କଟକରୁ ପୁଣି ନକଲି ସସ୍ ଜବତ, ମାଲଗୋଦାମ ପୋଲିସ କଲା ଚଢାଉ

କଟକ(କେନ୍ୟୁଜ୍):କଟକ ମାଲଗୋଦାମରେ ନକଲି ବିଲାତି ଓ ଚିଲି ସସ୍ ଜବତ। ବିପୁଳ ପରିମାଣରେ ସସ୍ ଜବତ କଲା ମାଲଗୋଦାମ ଥାନା ପୋଲିସ। ୧୦ ପେଟି ମାଲ ଜବତ। ବୟାଲିଶ ମୌଜା ଫ୍ରାକ୍ଟ୍ରି ଉପରେ ମଧ୍ୟ ଚଢ଼ାଉ କରିଛି ପୋଲିସ।

ସେପଟେ ଏହି  ଘଟଣାକୁ ନିନ୍ଦା କରିଛି କଟକ ବଣିକ ସଙ୍ଘ।  କିଛି ଅସାଧୁ ବ୍ୟବସାୟୀଙ୍କ ପାଇଁ ବଦନାମ ହେଉଛି ମାଲଗୋଦାମ। ଅସଲି ନକଲି ପରକ୍ଷା କରି ସାମଗ୍ରୀ ରଖିବାକୁ ବ୍ୟବସାୟୀମାନଙ୍କୁ ଅପିଲ କଲା ସଙ୍ଘ। ତିଆରି ହେଉଥିବା ଫ୍ୟାକ୍ଟ୍ରି ଗୁଡିକ ଉପରେ ପ୍ରଥମେ କାର୍ଯ୍ୟାନୁଷ୍ଠାନ ହେବା ଉଚିତ। ସେଠାରୁ ବନ୍ଦ ହେଲେ ହିଁ ଏହା ଉପରେ ରୋକ ଲଗାଇ ହେବ ବୋଲି କଟକ ବଣିକ ସଙ୍ଘ ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ପାତ୍ର  ସୂଚନା ଦେଇଛନ୍ତି।