ବଣାଇ ରେଞ୍ଜରେପୁଣି ୧୬ ଟିକିଆ ହାତୀପଲଙ୍କ ଉତ୍ପାତ, ଆତଙ୍କିତ ଅଞ୍ଚଳବାସୀ

ବଣାଇ(କେନ୍ୟୁଜ୍):ବଣାଇର କୁଳିପୋଷ ରେଞ୍ଜର ମହୁଲଡିହା ସେକ୍ସନ ର ମହୁଲଡିହା, ସିହିଡିହା, ରୁଗୁଡା ଅଂଚଳରେ ୧୬ ରୁ ଉର୍ଦ୍ଧ୍ବ ହାତୀପଲଙ୍କ ଉତ୍ପାତ ଦେଖାଦେଇଛି।  ଏହି ହାତୀ ପଲଙ୍କ ମଧ୍ୟରୁ ଦୁଇଟି ଶାବକ ଅଛନ୍ତି । ଏପରିକି ଜଙ୍ଗଲରୁ ବାହାରି ରାସ୍ତା ଉପରକୁ ଆସି ଯାଉଥିବାରୁ ଲୋକମାନଙ୍କ ମନରେ କକୁଆ ଭୟ ସୃଷ୍ଟି ହୋଇଛି।

ଯାତାୟତରେ ଅସୁବିଧା ହେଉଥିବା ବେଳେ କେତକ ଫସଲ ନଷ୍ଟ କରିଥିବା ଦେଖିବାକୁ ମିଳିଛି । କିଛିଦିନ ହେଲା ଏହି ଅଞ୍ଚଳ ଜଙ୍ଗଲରେ ରହୁଥିବା ବେଳେ ବିଭିନ୍ନ ଅଞ୍ଚଳକୁ ବୁଲୁଛନ୍ତି । ରାତି ହେଲେ ବାହରୁଛନ୍ତି ସକାଳ ହେଲେ ଜଙ୍ଗଲକୁ ଫେରି ପଳାଉଛନ୍ତି । ବନବିଭାଗ ଘୋଡାଇବା ପାଇଁ ଉଦ୍ୟମ ଜାରି ରଖିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.