ଚନ୍ଦକା: ପୁଣି ଅସୁସ୍ଥ ମାଈ ହାତୀ, ଚିନ୍ତାରେ ବନ ବିଭାଗ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅସୁସ୍ଥ ମାଈ ହାତୀ । ଚନ୍ଦକା ବନଖଣ୍ଡ ଅଧୀନ ବାଆଁରା ପଶିଆ ପଡିଆରେ ଏକ ମାଈହାତୀ ଅସୁସ୍ଥ ହୋଇ ପଡିରହିଛି । ସ୍ଥାନୀୟ ଲୋକେ ହାତୀକୁ ଦେଖି ଡମପଡ଼ା ବନବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ୱାଇଲ୍‌ଡ ଲାଇଫ୍‌ ପିସିଏଫ୍‌ ଓ ପଶୁ ବିଶେଷଜ୍ଞ ପହଞ୍ଚିଛନ୍ତି। ଏହା ହରପିସ୍‌ ଭାଇରସ୍‌ ହୋଇଥାଇପାରେ ବୋଲି ସନ୍ଦେହ କରାଯାଉଛି। ଗତକାଲି ରାତିରେ ୧୨ଟି ହାତୀ ଆସିଥିଲେ। ଏହି ଦଳରୁ ଗୋଟିଏ ମାଇ ହାତୀ ଆସୁସ୍ଥ ହୋଇପଡିଥିଲା। । ନନ୍ଦନକାନନରେ ହରପିସ ଭାଇରସ୍‌ ଆତଙ୍କ ପରେ ଏବେ ପୁଣି ଆଉ ଏକ ହାତୀ ଅସୁସ୍ଥ ହୋଇପଡିବାରୁ ଏହାକୁ ନେଇ ଚିନ୍ତା ଦେଖାଦେଇଛି।