ପୁଣି ଅଶାନ୍ତ କେନ୍ଦ୍ରାପଡ଼ା, ଯୁବ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଗୁଳିମାଡ଼ରେ ପୁଣି ଅଶାନ୍ତ କେନ୍ଦ୍ରାପଡ଼ା। ଗୁଲନଗର ଛକରେ ଯୁବ ବ୍ୟବସାୟୀଙ୍କ ଉପରେ ଗୁଳିମାଡ଼। ରାମମନ୍ଦିର କମିଟି ସଭାପତି ତଥା ଧର୍ମରକ୍ଷା କମିଟିର ବାବୁଲି ମହାରଣା ରାମମନ୍ଦିରରୁ ଫେରୁଥିବା ବେଳେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି । ଦୁଇ ଜଣ ଦୁର୍ବୃତ୍ତ ତାଙ୍କ ଉପରକୁ ୨ ରାଉଣ୍ଡ ଗୁଳି ଚଳାଇ ଫେରାର ହୋଇଯାଇଛନ୍ତି। ବାବୁଲିଙ୍କ ପେଟରେ ଗୁଳି ବାଜିଛି। ପ୍ରଥମେ ବାବୁଲିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଗୁଳିକାଣ୍ଡ ପ୍ରତିବାଦରେ ସ୍ଥାନୀୟ ଲୋକେ କଟକ-ଚାନ୍ଦବାଲି ରାସ୍ତାର ଗୁଲନଗର ଓ ତିନିମୁହାଣି ଛକରେ ଅବରୋଧ କରିଥିଲେ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୁଳିମାଡ଼ ହୋଇଥିବା ପୋଲିସ ସନ୍ଦେହ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.