ରାଜ୍ୟ

ଗଞ୍ଜେଇ ଗଡ଼ ଗଜପତିରୁ ଗାଡି ସହ ଗଞ୍ଜେଇ ଜବତ,୫ ଗିରଫ

ମୋହନା(କେନ୍ୟୁଜ୍): ଗଜପତି ଜିଲ୍ଲାରୁ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ପୁଣି ଆଉ ଏକ ଅନ୍ତଃରାଜ୍ୟ ରାକେଟକୁ ଧରିବାରେ ସଫଳ ହେଲା ଆର ଉଦୟଗିରି ପୋଲିସ । ଗୋଟିଏ ଟ୍ରକରେ ୨ କ୍ବିଣ୍ଟାଲ ୭୦କେଜି ଗଞ୍ଜେଇ ସହ ଗୋଟିଏ ମେକ୍ସ ପିକ ଅପକୁ ଜବତ କରିବା ସହ ୫ ମାଫିଆଙ୍କୁ ଗିରଫ କରିଛି ପୋଲିସ  । ଗିରଫ ଅଭିଯୁକ୍ତ ମାନେ ହେଲେ ଝାଡ଼ଖଣ୍ଡ ରାଜ୍ୟର ଧାନବାଦ ଜିଲ୍ଲା ଚିରକୁଣ୍ଡା ଥାନା ଅନ୍ତର୍ଗତ ଚର୍ଚ୍ଚପଟେରୀ ଗ୍ରାମ ର ରାମ ରତନ ୟାଦବ , ବିହାର ପ୍ରଦେଶ ର ଜାମୁଇ ଜିଲ୍ଲା ସୁକିନ୍ଦରା ଥାନା ଅନ୍ତର୍ଗତ ରିସିଦ୍ଦି ଗ୍ରାମର ଅମିର ୟାଦବ, ଆର ଉଦୟଗିରି ଥାନା ଅନ୍ତର୍ଗତ ତଲଡା ଗ୍ରାମର ପ୍ରଦୀପ କିଶୋର ଦଳାଇ (ଟିମା) ଓ ଜୀବନ ଦୀପ ଲିମା (ଜାନ)* ଏବଂ ଛେଳିଗଡ ଗ୍ରାମର ତପନ ପାଣି ।

 ଆଜି ସକାଳୁ ଛେଲ୍ଲାଗଡ ଜଙ୍ଗଲ ରୁ ଏକ ମେକ୍ସ ପିକ ଅପ ଭ୍ୟାନ ଏସ କୋର୍ଟ କରି ଗଞ୍ଜେଇ ଭରା ଟ୍ରକ ଛେଳିଗଡ ପଟୁ ରାମଗିରି ଦେଇ ଝାରଖଣ୍ଡ ଯାଉଥିବା ବେଳେ ପୋଲିସ ବିଶ୍ବସ୍ତ ସୂତ୍ରରୁ ଖବର ପାଇଥିଲା ଏବଂ  ଆର ଉଦୟଗିରି ଥାନା ଅଧିକାରୀ ମମତା ନାୟକଙ୍କ ତତ୍ବବଧାନରେ ଛେଳିଗଡ ଛକରେ ପୋଲିସ ଟିମ ଅପେକ୍ଷା କରି ଧରିଥିଲେ। ପୋଲିସର ଯାଞ୍ଜ ବେଳେ ଟ୍ରକର ଗୁପ୍ତ କେଭିନରୁ ୫୨ ଗୋଟି ପ୍ୟାକେଟ ଗଞ୍ଜେଇ ବାହାରିଥିଲା । ଘଟଣା ସ୍ଥଳରେ ଏକ୍ସକ୍ୟୁଜିଭ ମାଜିଷ୍ଟ୍ରେଟ ଆର ଉଦୟଗିରି ତହସିଲଦାର ସୃତିରଞ୍ଜନ ସତପଥିଙ୍କ ଉପସ୍ଥିତି ରେ ଜବତ ଗଞ୍ଜେଇ କୁ ଓଜନ କରାଯାଇଥିବା ବେଳେ ୨୭୦ କେଜି ଥିବା ଜଣାପଡିଥିଲା । ଯାହାର ବାହାର ରାଜ୍ୟ ବଜାରରେ ଆନୁମାନିକ ମୁଲ୍ୟ ଏକ କୋଟି ଅସିଏ ହଜାରୁ ଉର୍ଦ୍ଧ୍ଵ ହେବ ବୋଲି ସୂଚନା ଦେଇଛନ୍ତି ଥାନା ଅଧିକାରୀ ମମତା ନାୟକ ।

ଗଞ୍ଜେଇ ଚୋରାଚାଲାଣ ବେଳେ ସମୃକ୍ତ ପାଞ୍ଚ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେଥି ମଧ୍ୟରୁ ତିନି ଜଣ ବ୍ୟକ୍ତି ସ୍ଥାନୀୟ ଅଞ୍ଚଳର ଏବଂ ଅନ୍ୟ ଦୁଇ ଜଣ ହେଲେ ଅନଃରାଜ୍ୟ ଗଞ୍ଜେଇ ବେପାରୀ ଝାରଖଣ୍ଡ ରାଜ୍ୟର । ଗତ କିଛି ଦିନ ହେଲା ଗଞ୍ଜେଇ ଚୋରାଚାଲାଣ ସାମାନ୍ୟ କମିଥିବା ବେଳେ କିଛି ଦିନ ପରେ ପୁଣି ସକ୍ରିୟ ହୋଇପଡିଛନ୍ତି ମାଫିଆ l କିଛି ଦିନ ତଳେ ଏକ କାଜୁ ବୋଝେଇ ଟ୍ରକ ରୁ ଗଞ୍ଜେଇ ଜବତ ହୋଇଥିଲା। ଉକ୍ତ କାଜୁ କୁ ଚଞ୍ଚକତା କରି ବିକ୍ରି କରାଯାଇଥିବା ଅଭିଯୋଗ ରେ ପୋଲିସ ମୋହନା ବି. ଡ଼ି. ଓଙ୍କ ସମେତ ପଞ୍ଚ ଜଣଙ୍କ ନାମରେ ମାମଲା ରୁଜୁ କରିଛି। କିନ୍ତୁ ଅଂଶୁମାନ ନାମକ ଜଣେ ଯୁବକ ପୋଲିସ ନାମରେ ଗଞ୍ଜେଇ ତାଲିକାରୁ ନାମ କାଟିଦେବା ନେଇ ଅନ୍ୟ ଜଣେ ଯୁବକଙ୍କ ସହ ବାର୍ତ୍ତାଳାପର ଅଡିଓ ରେକର୍ଡିଙ୍ଗ ଭାଇରଲ ହେବା ପରେ ମଧ୍ୟ ସମ୍ପୃକ୍ତ ଯୁବକ ଉପରେ ଆଜିଯାଏଁ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ।

ଅନ୍ୟପଟେ ମୋହନା ଏବଂ ଆର. ଉଦୟଗିରି ଥାନାରୁ ଦୁଇ ଦୁଇ ଜଣ ଗଞ୍ଜେଇ ଅଭିଯୁକ୍ତ ଚମ୍ପଟ ମାରିବା ପରେ ମଧ୍ୟ ବିଭାଗ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ କାର୍ଯ୍ୟାନୁଷ୍ଠାନ ସମ୍ପୃକ୍ତ ଥାନାର କର୍ମଚାରୀଙ୍କ ପ୍ରତି ନେଇନାହିଁ। ଏଥିରୁ ସ୍ୱଷ୍ଟ ଯେ ଅଂଶୁମାନ ନାମକ ଯୁବକକୁ ପୋଲିସ ସମ୍ପୂର୍ଣ ସୁରକ୍ଷା ଦେଉଛି। ଯଦି ସେ ପୋଲିସ ପଞ୍ଝାରେ ପଡେ ତେବେ ପୋଲିସ ଏବଂ ଗଞ୍ଜେଇ ମାଫିଆଙ୍କ ମଧ୍ୟରେ ଚାଲିଥିବା ମଧୁଚନ୍ଦ୍ରିକା ପଦାରେ ପଡ଼ିଯିବ। ଅତିଶୀଘ୍ର ସମ୍ପୃକ୍ତ ଯୁବକକୁ ଗିରଫ କରିବା ସହ ତାକୁ ରିମାଣ୍ଡରେ ନେଇ ଅଧିକ ତଥ୍ୟ ବାହାର କରି ଜ଼ିଲ୍ଲା ରୁ ଗଞ୍ଜେଇ ଚାଷ ଏବଂ ଚାଲାଣକାରୀ ଙ୍କ ସତ୍ତା ହଜାଇବାକୁ ବୁଦ୍ଧିଜୀବୀ ଙ୍କ ମହଲରେ ଦାବି ହୋଇଛି ।

KNews Bureau

Recent Posts

ଥାନା ଭିତରେ ବୋହୂ, ବାହାରେ ନାତି ନାତୁଣିଙ୍କୁ ଧରି ଛିଡା ହୋଇଛନ୍ତି ଶାଶୁ

ଚୌଦ୍ୱାର : ଶାଶୁ କହୁ କହୁ କାନ୍ଦି ପକାଉଛନ୍ତି । ନିଜର ନାତି ନାତୁଣୀଙ୍କୁ ଧରି ଶାଶୁ ପହଁଚିଛନ୍ତି ଥାନାରେ…

2 mins ago

ରାଜ୍ୟରେ ମୌସୁମୀର ପ୍ରଭାବରେ ବର୍ଷା, ୨୬ ତାରିଖ ବେଳକୁ ସୃଷ୍ଟି ହେବ ଘୂର୍ଣ୍ଣିବଳୟ

ଭୁବନେଶ୍ୱର: ରାଜ୍ଯରେ ସକ୍ରିୟ ରହିଛି ମୌସୁମୀ ବାୟୁ । ପ୍ରଭାବରେ ରାଜ୍ୟବ୍ୟାପୀ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି ।…

11 mins ago

OSRTC ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା, ବିଭିନ୍ନ ତୀର୍ଥକ୍ଷେତ୍ରକୁ ଗଡ଼ିବ ବସ୍‌

ଭୁବନେଶ୍ୱର(କେନ୍ୟୁଜ୍‌): ରଥଯାତ୍ରା ପାଇଁ ଓଏସଆରଟିସି ପକ୍ଷରୁ ହେବ ଏହି ସ୍ୱତନ୍ତ୍ର ବ୍ୟବସ୍ଥା । ପ୍ରତି ବ୍ଲକ ହେଡକ୍ୱାର୍ଟରରୁ ପୁରୀକୁ ଗଡିବ…

23 mins ago

ଫିଲ୍ମ ‘କଲ୍‌କୀ 2898 AD’ର ଆଡଭାନ୍ସ ବୁକିଂ, ଫ୍ୟାନ୍ସଙ୍କ ମଧ୍ୟରେ ଦେଖିବାକୁ ମିଳିଲା ଭିନ୍ନ କ୍ରେଜ୍

ଫ୍ୟାନ୍ସ ଉତ୍ସାହର ସହିତ ପ୍ରଭାସଙ୍କ ଫିଲ୍ମ ‘କଲ୍‌କୀ 2898 AD’କୁ ଅପେକ୍ଷା କରିଛନ୍ତି । ଏହି ଫିଲ୍ମଟି ଜୁନ୍ ୨୭ରେ…

30 mins ago

ପୋଲିସ ବାବୁଙ୍କୁ ମହଙ୍ଗା ପଡିଗଲା ପରକୀୟା ପ୍ରେମ, ପ୍ରମୋସନ ହେବା ବଦଳରେ ହେଲା ଡିମୋସନ୍‌

ପୋଲିସ ବାବୁଙ୍କୁ ମହଙ୍ଗା ପଡ଼ିଲା ପରକୀୟା ପ୍ରେମ । ପ୍ରେମ କରି ଫସିଲେ ପୋଲିସ ବାବୁ। ହୋଟେଲ ରୁମ୍‌ରୁ ପ୍ରେମିକା…

32 mins ago

ଜେପି ନଡ୍ଡାଙ୍କୁ ମିଳିଲା ବଡ଼ ଦାୟିତ୍ୱ, ରାଜ୍ୟସଭାରେ ସଦନର ନେତା ନିଯୁକ୍ତ

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଦଳ ବଡ଼ ଦାୟିତ୍ୱ ହସ୍ତାନ୍ତର କରିଛି । ତାଙ୍କୁ…

50 mins ago