Categories: ରାଜ୍ୟ

ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା, କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି ୪୮ଟି ସୁନା ଖଣ୍ଡ

ଭୁବନେଶ୍ବର(କେନ୍ୟୁଜ୍): ଭୁବନେଶ୍ୱର ବିମାନବନ୍ଦରରୁ ପୁଣି ଜବତ ହେଲା ସୁନା। ଭୁବନେଶ୍ୱର ବିମାନବନ୍ଦରରେ କ୍ୱାଲାଲୁମ୍ପୁରରୁ ଆସିଥିବା ଜଣେ ବ୍ୟକ୍ତିଙ୍କଠାରୁ ଜବତ ହୋଇଛି ସୁନା। ୪୮ଟି ସୁନା ଖଣ୍ଡକୁ ଏହି ବ୍ୟକ୍ତିଜଣଙ୍କ କ୍ୱାଲାଲୁମ୍ପୁରରୁ ଭୁବନେଶ୍ୱର ଆସୁଥିବାବେଳେ କଷ୍ଟମ ବିଭାଗ ଏହି ସୁନା ଜବତ କରିଛି। ଏହି ସୁନାର ଓଜନ ୨୧୫ ଗ୍ରାମ ଏବଂ ଏହାର ଆନୁମାନିକ ମୁଲ୍ୟ ପ୍ରାୟ ୯ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ବିମାନବନ୍ଦରରେ ବ୍ୟାଗ ଚେକ୍‌ କରିବା ସମୟରେ ଏଥିରେ ସୁନା ଥିବା ଜଣା ପଡିଥିଲା। ତେବେ ସୁନା ପ୍ରକୃତରେ ଭୁବନେଶ୍ୱର କାହିଁକି ଆସୁଥିଲା ଓ ଏହା କି କାମରେ ଲାଗିଥାନ୍ତା ସେନେଇ ଅଧିକ ଖୋଳତାଡ ଜାରି ରହିଛି ।

 

KNews Bureau

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

33 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

55 mins ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

1 hour ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago