ପୁଣି ଗୋପାଳ ଦାସର ହେବ ମେଡିକାଲ ଟେଷ୍ଟ: କ୍ରାଇମବ୍ରାଞ୍ଚ ତରଫରୁ ପୁଣି ଆବେଦନ ହୋଇଛି

ଝାରସୁଗୁଡା ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତରେ ପ୍ରାର୍ଥନା କଲା କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ପୁଣି ଆବେଦନ ହୋଇଛି।

କେନ୍ୟୁଜ୍(ବ୍ୟୁରୋ): ପୁଣି ଗୋପାଳର ଟେଷ୍ଟ ହେବ । ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ମାମଲାରେ ପୁଣି ଗୋପାଳ ଦାସର ମେଡିକାଲ ଟେଷ୍ଟ ହେବ । ଝାରସୁଗୁଡା ଜିଲ୍ଲା ଓ ଦୌରା ଜଜ୍‌ଙ୍କ ଅଦାଲତରେ ପ୍ରାର୍ଥନା କଲା କ୍ରାଇମବ୍ରାଞ୍ଚ । ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋପାଳ ଦାସ ର ମାନସିକ ସ୍ଥିତି ଯାଞ୍ଚ ପାଇଁ କ୍ରାଇମବ୍ରାଞ୍ଚ ତରଫରୁ ପୁଣି ଆବେଦନ ହୋଇଛି।

ଏହା ପୂର୍ବରୁ ଗତ ୨୦ ତାରିଖରେ JMFCଙ୍କ ନିକଟରେ କ୍ରାଇମବ୍ରାଞ୍ଚଙ୍କ ତରଫରୁ ଆବେଦନ କରିଥିଲେ ମଧ୍ୟ ଆବେଦନ ଖାରଜ ହୋଇଯାଇଥିଲା । ଏବେ ପୁଣି ଥରେ ଆବେଦନ କରାଯାଇଛି।ଆଜି ଗୋପାଳକୁ ଭେଟିବା ପାଇଁ ତାଙ୍କ ଭାଇ ସତ୍ୟ ନାରାୟଣ ଦାସ ଆସିଥିଲେ ଚୌଦ୍ୱାର ମଣ୍ଡଳ କାରାଗାରକୁ । ବେଶ କିଛି ସମୟ ଧରି କଥା ହୋଇଥିଲେ ୨ ଭାଇ । ସୁରକ୍ଷା କର୍ମୀଙ୍କ ଉପସ୍ଥିତିରେ ଗୋପାଳ ତାଙ୍କ ଭାଇଙ୍କ ସହ କଥା ହୋଇଥିଲେ