ପୁଣି ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପରିବେଷଣ ହେଲା ନଗ୍ନ ନୃତ୍ୟ, ବ୍ୟାନ ପରେ କେମିତି ଅଶ୍ଲିଳ ନୃତ୍ୟ ହେଉଛି ବୋଲି ପ୍ରଶ୍ନ କଲେ ରାନୀ ପଣ୍ଡା
ଭୁବନେଶ୍ବର: ଖଣ୍ଡଗିରିରେ ଆରମ୍ଭ ହୋଇଯାଇଛି କୁମ୍ଭ ମେଳା। ସବୁ ବର୍ଷ ଭଳି ଏବର୍ଷ ମଧ୍ୟ ଅନେକ ଯାତ୍ରାପାର୍ଟି ନୂଆ ନୂଆ କାହାଣୀ ନେଇ ଯାତ୍ରା ପରମ୍ପରା ଆରମ୍ଭ କରିଛନ୍ତି। କିନ୍ତୁ ଯେଉଁ କିଛି ବର୍ଷ ଧରି ଗୋଟିଏ ବିବାଦ ସାରା ଓଡିଶାରେ ଚର୍ଚ୍ଚା ସୃଷ୍ଟି କରୁଥିଲା ତାହା ଏ ବର୍ଷ ମଧ୍ୟ ଆରମ୍ଭ ହୋଇଛି। ଗତ ବର୍ଷ ଆଇଟମ ଗାର୍ଲ ରାନୀ ପଣ୍ଡାଙ୍କ ଅଶ୍ଲିଳ ନୃତ୍ୟ ପାଇଁ ହଲଚଲ ହୋଇଯାଇଥିଲା ସାରା ଓଡିଶା। ଯେଉଁଥିପାଇଁ ରାନୀ ପଣ୍ଡାଙ୍କୁ ବିରୋଧ କରାଯାଉଥିଲା। ସେତେବେଳେ ରାନୀ ମଧ୍ୟ ନିଜ ପ୍ରତିକ୍ରୀୟାରେ ତାଙ୍କର ନାଚରେ କିଛି ନଗ୍ନତା ନଥିବା କହିଥିଲେ। କିନ୍ତୁ ରାନୀଙ୍କ ମନ୍ତବ୍ୟ ପରେ ମଧ୍ୟ ବିଭିନ୍ନ ସାମାଜିକ କର୍ମୀ ଓ ଅନୁଷ୍ଠାନ ରାନୀ ପଣ୍ଡାଙ୍କ ବିରୋଧରେ ମାମଲା ଦାଏର କରିଥିଲେ।
ବିଶେଷ କରି ଏହି କାରଣ ପାଇଁ ଏବର୍ଷ ରାନୀ ପଣ୍ଡାଙ୍କୁ ଖଣ୍ଡଗିରି ଯାତ୍ରା ପେଣ୍ଡାଲ ସମ୍ପୂର୍ଣ୍ଣ ବ୍ୟାନ କରାଯାଇଥିଲା। ହେଲେ ଏବର୍ଷ ଖଣ୍ଡଗିରି ଯାତ୍ରା ପେଣ୍ଡାଲରେ ସମାନ ଅଶ୍ଲିଳ ନୃତ୍ୟ ପରିବେଷଣ ହୋଇଛି । ଯେଉଁଥିପାଇଁ ପୁଣି ଦର୍ଶକମାନଙ୍କ ମଧ୍ୟରେ ହଇଚଇ ଖେଳିଯାଇଛି।ଯେଉଁ ନଗ୍ନ ନୃତ୍ୟ ପାଇଁ ରାନୀ ପଣ୍ଡାଙ୍କୁ ଯାତ୍ରା ପେଣ୍ଡାଲ ବ୍ୟାନ କରାଯାଇଥିଲା ପୁଣି କେମିତି ନଗ୍ନତାର ଚରମ ସୀମାପାର କରୁଥିବା ନୃତ୍ୟକୁ ପରିବେଶଣ କରାଯାଇଛି ଓ କିଏ ପ୍ରସୟ ଦେଉଛି ବୋଲି ପ୍ରତିକ୍ରୀୟାରେ ରାନୀ କହିଛନ୍ତି।