ପୁଣି ଅନିର୍ଦ୍ଦିଷ୍ଟ କାଳ ପାଇଁ ମାର୍କେଟ ବିଲ୍ଡିଂ ବନ୍ଦ, ବାହାରିପାରିଲାନି ସମାଧାନର ବାଟ

ଭୁବନେଶ୍ବର(କେନ୍ୟୁଜ୍): ମାର୍କେଟ ବିଲ୍ଡିଂ ବନ୍ଦ । କିଏ ବସିବ କିଏ ଉଠିବ ତାକୁ ନେଇ ଚାଲିଛି ଟଣାଓଟରା । ସ୍ଥାୟୀ ଦୋକାନୀ ଓ ଉଠା ଦୋକାନୀ ମଧ୍ୟରେ ଚାଲିଛି ବିବାଦ । ଉଭୟ ଉଭୟଙ୍କୁ ଲଗାଉଛନ୍ତି ଆରୋପ ପ୍ରତ୍ୟାରୋପ । ଆଜି ବି ଏମ ସି ରେ ଏନେଇ ବସିଥିଲା ଗୁରୁତ୍ବପୁର୍ଣ ବୈଠକ। ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶଙ୍କ ନେତୃତ୍ଵରେ ବସିଥିଲା ବୈଠକ । ବୈଠକରେ ସ୍ଥାୟୀ ଦୋକାନୀ ଯୋଗ ଦେଇଥିଲେ । ସ୍ଥାୟୀ ଦୋକାନୀଙ୍କ ଅଭିଯୋଗ ବିଏମସି ଓ କମିଶନରେଟ ପୋଲିସ୍ ସିକ୍ୟୁରିଟି ଦେଲେ ଖୋଲିବେ । ନଚେତ୍ ଖୋଲିବେ ନାହିଁ । ଉଠା ଦୋକାନୀ ମାନେ ଗୁଣ୍ଡାରାଜ କରୁଥିବା ମଧ୍ୟ ଅଭିଯୋଗ ଆଣିଛନ୍ତି । ଏହି ଦୋକାନୀଙ୍କ ପାଇଁ ସ୍ଥାୟୀ ଦୋକାନୀଙ୍କ ବେପାର ମାନ୍ଦା ହେଉଛି । ଜଣେ ଦୋକାନ କଲେ ଆର ପାଞ୍ଚ ଜଣ କରୁଛନ୍ତି । ଦୋକାନ ର ପ୍ରବେଶ ଦ୍ଵାର ବି ଅବରୋଧ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି । ତେଣୁ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଙ୍ଗ ସମ୍ପୁର୍ଣ୍ଣ ବାରଣ ନ କଲେ ମାର୍କେଟ ଵିଲ୍ଡିଂ ଖୋଲାଯିବ ନାହିଁ ବୋଲି ରୋକ୍ ଠୋକ୍ କହିଛନ୍ତି ।

ସେପଟେ ଉଠା ଦୋକାନୀ ବି ପାଲଟା ଅଭିଯୋଗ ଆଣିଛନ୍ତି । ମେୟରଙ୍କୁ ଭେଟି ଆଲୋଚନା କରିଛନ୍ତି । ଉଠା ଦୋକାନୀଙ୍କ ଠାରୁ ସ୍ଥାୟୀ ଭାବେ ମଲ, ଦୋକାନୀ ମାନେ ଭଡ଼ା ଆଦାୟ କରୁଛନ୍ତି । ଫୁଟ ପାଥର ଗୋଟିଏ ଟାଇଲ ପିଛା ଦିନକୁ 2 ଶହ ଟଙ୍କା ବଡ ବଡ଼ ଦୋକାନୀ ମାନେ ଆଦାୟ କରୁଛନ୍ତି । ୫ଟି ଟାଇଲ୍ ନେଲେ ହଜାରେ ଟଙ୍କା ଦେବାକୁ ପଡୁଛି ବୋଲି ପାଲଟା ଅଭିଯୋଗ କରିଛନ୍ତି । ଆଉ ଟଙ୍କା ନଦେଲେ ଉଠାଇ ଦେବାର ଧମକୀ ଦେଉଥିବା ଆରୋପ ଆଣିଛନ୍ତି । ତେବେ ତାଙ୍କୁ କୌଣସି ପ୍ରଭାବଶାଳୀ ଲୋକ, ଗୁଣ୍ଡା କିମ୍ୱା ନେତା ସହାୟତା କରୁନଥିବା ସଫେଇରେ କହିଛନ୍ତି ।

ବିଏମସି ନିୟମ ଅନୁଯାୟୀ ମାର୍କେଟ ବିଲ୍ଦିଂ ଫୁତଫାତ୍ ରେ କେହି ବସି ବେପାର କରିବେ ନାହିଁ । ପୂର୍ବରୁ ଅନେକଥର ବି ଏମ ସି ଉଠା ଦୋକାନୀଙ୍କୁ ମଧ୍ୟ ଉଠାଇସାରିଛି । ହେଲେ ସମୟ ସୁଯୋଗ ଦେଖି ପୁଣି ଉଠା ଦୋକାନୀ ଫୁତଫାଥ୍ କୁ କବଜା କରୁଥିବା ଘଟଣା ଦେଖିବାକୁ ମିଳୁଛି । ଏଥର ମାରପିଟ୍ କୁ କଥା ଯାଇଥିବା ବେଳେ ବି ଏମ ସି କୁ ଶୀଘ୍ର ନିଷ୍ପତି ନେବା ସହ ସ୍ଥାୟୀ ସମାଧାନ କରିବାର ଆବଶ୍ୟକତା ରହିଛି ।

Leave A Reply

Your email address will not be published.