ନିର୍ଦ୍ଦୟୀ ମା‘ର ହୃଦୟହୀନ କର୍ମ, ଜନ୍ମ ହେବା ପରେ ନବଜତ ଶିଶୁକୁ ପୋଖରୀରେ ଫୋପାଡ଼ି ଦେଲା

ନବରଙ୍ଗପୁର(କେନ୍ୟୁଜ୍):  ପୁଣି ଅଲଡା ହେଲା ନବଜାତ ଶିଶୁ। ଜନ୍ମ ହେବା ପରେ ପୋଖରୀରେ ଫୋପାଡ଼ି ଦେଇ ଚାଲିଗଲା ମା। ମା ଭୁଲିଗଲା ମାର ମମତା।  ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ନୂଆକୋଟ ଠାରେ ଥିବା ନୂଆବନ୍ଧରୁ ଆଜି ଏକ ଅଲୋଡ଼ା ଶିଶୁର ମୃତ ଦେହ ଉଦ୍ଧାର କରାଯାଇଛି ।

ଗତକିଛି ଦିନତଳେ ଡାବୁଗାଁ ଅଞ୍ଚଳରେ ଏଭଳି କିଛି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା । ମୃତ ଶିଶୁର ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିନଥିବା ବେଳେ ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆରମ୍ବ କରିଛି । ପ୍ରସବ ପରେ କେହି ଶିଶୁ ଟିକୁ ପୋଖରୀରେ ଫୋଫାଡି ଦେଇ ଚାଲି ଯାଇଥିବା ସନ୍ଦେହ କରାଯାଉଛି । ସ୍ଥାନୀୟ ଲୋକେ ଆଜି ପୋଖରୀରେ ମୃତ ଶିଶୁଟି ପୋଖରୀରେ ଭାସିବା ଦେଖି ପୋଲିସ କୁ ଖବର ଦେଇଥିଲେ । ମଇଦଲପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.