ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା, ବୁଦା ମୂଳରୁ ହେଲା ଉଦ୍ଧାର

ରାଇରଙ୍ଗପୁର(କେନ୍ଯୁଜ୍): ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ବୁଦା ମୂଳରୁ ନବଜାତ ଶିଶୁ କନ୍ୟା ଉଦ୍ଧାର । ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତାମୁଡ଼ିଆ ଗାଁର ଜଣଙ୍କ ବାଡ଼ି ପଛପଟ ବୁଦାରୁ ଶିଶୁକନ୍ୟାଟି ଉଦ୍ଧାର ହୋଇଛି । ଶିଶୁଟିର କାନ୍ଦ ଶୁଣି ଆଶା କର୍ମୀଙ୍କୁ ଖବର ଦେଇଥିଲେ ଗ୍ରାମବାସୀ ।

ପରେ ଆଶା କର୍ମୀ ଓ ଗ୍ରାମବାସୀ ଶିଶୁ କନ୍ୟାକୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ତେବେ ଚିକିତ୍ସା ପରେ ଶିଶୁକନ୍ୟାଟି ସୁସ୍ଥ ଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.