ଭୁବନେଶ୍ୱରରେ ପୁଣି ଜଣେ ଅଟୋ ଚାଳକଙ୍କୁ ମୋଟା ଫାଇନ, ୨୭ ହଜାର ୫ଶହ ଟଙ୍କା ଲାଗିଲା ଜରିମାନା
ଭୁବନେଶ୍ୱର: ଭୁବନେଶ୍ୱରରେ ପୁଣି ଜଣେ ଅଟୋ ଚାଳକଙ୍କୁ ଫାଇନ୍ । ଅଟୋ ଚାଳକଙ୍କୁ ୨୭ ହଜାର ୫ଶହ ଟଙ୍କା ଜରିମାନା ଆଦାୟ ହୋଇଛି । ଅଟୋ ଚାଳକଙ୍କ ନାଁ ରବୀନ୍ଦ୍ର ସାହୁ । ଆଚାର୍ୟ୍ୟବିହାର ଓଭରବ୍ରିଜ୍ ନିକଟରେ ଅଟୋଚାଳକ ରବୀନ୍ଦର ଧରାପଡିଥିଲେ । ଗତକାଲି ମଧ୍ୟ ଜଣେ ଅଟୋ ଚାଳକଙ୍କୁ ୪୭ହଜାର ୫୦୦ ଟଙ୍କା ଜରିମାନା ଲଗାଯାଇଥିଲା । ନୂଆ ଆଇନ ଲାଗୁ ପରେ ସେପ୍ଟେମ୍ବର ୧ରୁ ଚାଲିଛି ଜୋରଦାର ଚେକିଂ । ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇ ବିଭିନ୍ନ ଛକରେ ଚାଲିଛି ଧରପକଡ। ନିୟମ ଖିଲାପକାରୀଙ୍କଠାରୁ ଆଦାୟ କରାଯାଉଛି ଜରିମାନା। ଗତ ୪ ଦିନ ଭିତରେ ନିୟମ ଭାଙ୍ଗୁଥିବା ଗାଡି ଚାଳକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଆଦାୟ ହୋଇସାରିଲାଣି। ଯେଉଁମାନେ ନିୟମର ଉଲ୍ଲଂଘନ କରିଛନ୍ତି, ସଂଶୋଧିତ ମୋଟର ଯାନ ଆଇନ ଅନୁସାରେ ଜରିମାନା ଆଦାୟ କରାଯାଉଛି । ଏଣିକି ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ ଗୁଣା ଅଧିକ ଜରିମାନା ଗଣିବାକୁ ପଡୁଛି।