କଳାହାଣ୍ଡିରେ ସାଂଘାତିକ ହେଲାଣି ହାତୀ ମୃତ୍ୟୁ: ଗତକାଲି ଘୁଷୁରୀଗୁଡ଼ିରେ ପୁଣି ଏକ ୪୫ ବର୍ଷୀୟ ହାତୀ ମୃତ, ସଂଖ୍ୟା ପହଞ୍ଚିଲା ୧୨ରେ

କଳାହାଣ୍ଡି(କେନ୍ୟୁଜ୍):  କଳାହାଣ୍ଡି ଜିଲ୍ଲାରେ ବଢୁଛି ହାତୀ ମୃତ୍ୟୁ । କର୍ଲାପାଟ ରିଜର୍ଭ ଫରେଷ୍ଟରେ ୧୨ଦିନରେ ପାଞ୍ଚଟି ହାତୀ ମୃତ୍ୟୁବରଣ କଲେଣି । ଗତକାଲି ଘୁଷୁରୀଗୁଡ଼ି ନିକଟରେ ଗୋଟିଏ ୪୫ ବର୍ଷୀୟ ହାତୀର ମୃତ୍ୟୁ ହୋଇଥିଲା । ଗତକାଲି ତାର ଛୁଆର ମୃତ୍ୟୁ ହୋଇଛି ।

ପୂର୍ବରୁ ମୃତ୍ୟୁ ଘଟିଥିବା ହାତୀ ବାକ୍ଟେରିଏଲ୍‌ ସେପ୍‌ଟିକ୍‌ ସିମିଆରେ ମୃତ୍ୟୁ ଘଟିଥିବା ଜଣାପଡ଼ିଥିଲା । ଶେଷ ଦୁଇଟି ହାତୀ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଭୁବନେଶ୍ୱରରୁ ଦୁଇ ଜଣିଆ ମେଡିକାଲ ଏକ୍ସପର୍ଟ ଟିମ୍‌ କଳାହାଣ୍ଡିରେ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛନ୍ତି ।

Leave A Reply

Your email address will not be published.