ରାଜ୍ୟ

ପୁଣି ଅନଲାଇନ୍‌ରେ ଠକେଇ, ଶ୍ରୀମନ୍ଦିର ବାନା ନାଁରେ ପହଞ୍ଚିଲା ଅଲଗା କିଛି

ପୁରୀ (କେନ୍ୟୁଜ) : ଅନଲାଇନରେ ସବୁକିଛି ଅତି ସୁଲଭ ମୂଲ୍ୟରେ ମିଳୁଛି । ଖାଦ୍ୟ ଠାରୁ ଆରମ୍ଭ କରି ଠାକୁରଙ୍କ ପୂଜା ଜିନିଷ ବି ଅନଲାଇନରେ ମିଳୁଛି । କିନ୍ତୁ ଶ୍ରୀମନ୍ଦିରର ଶିଖରରେ ଲାଗୁଥିବା ବାନା ଆଜି ଯାଏ କୌଣସି ଅନଲାଇନ୍‌ ପ୍ଲାଟଫର୍ମରେ ବିକ୍ରି ହେଉଥିବା ଆପଣମାନେ ହୁଏତ କେବେ ବି ଶୁଣି ନଥିବେ । କାହିଁକି ନା ଏହି ବାନାକୁ କେବଳ ଚୁନରା ସେବକ ହିଁ ବିକ୍ରି କରିଥାନ୍ତି । କିନ୍ତୁ ନିକଟରେ ଏକ ଅନଲାଇନ୍‌ ପ୍ଲାଟଫର୍ମରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ଖବର ଚାରିଆଡ଼େ ଚହଳ ପକାଇଥିଲା ।

ତେଣୁ ପୁରୀର ଜଣେ ବାସିନ୍ଦା ଏହି ଅନଲାଇନ ପ୍ଲାଟଫର୍ମରୁ ବାନା ଅର୍ଡର କରିବା ପାଇଁ ଚିନ୍ତା କରିଥିଲେ । କିନ୍ତୁ ଅନଲାଇନରେ ଆସିଥିବା ପାର୍ସଲକୁ ଖୋଲିବା ପରେ ସେ ନିଜ ଆଖିକୁ ବିଶ୍ୱାସ କରି ପାରି ନଥିଲେ । କାରଣ ପାର୍ସଲ ଭିତରୁ ବାନା ନୁହେଁ ବାହାରିଥିଲା ଅଲଗା କିଛି । ତେବେ ଏଭଳି ଠକାମିର ଶିକାର ହୋଇଛନ୍ତି ପୁରୀ ବାସେଳୀ ସାହି ର ଭଗବାନ ମହାପାତ୍ର। କିଛି ଦିନ ତଳେ ଅନଲାଇନ୍‌ ପ୍ଲାଟଫର୍ମରେ ଶ୍ରୀମନ୍ଦିର ବାନା ବିକ୍ରି ହେଉଥିବା ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହା ଜାଣିବା ପରେ ପୁରୀ ବାସିନ୍ଦା ଭାବେ ପରୀକ୍ଷା କରିବା ପାଇଁ ଭଗବାନ ଗତ ୧୫ ତାରିଖରେ ଏହି ବାନାକୁ ଅର୍ଡର କରିଥିଲେ। ବିକ୍ରି ହେଉଥିବା ବାନାର ଦାମ ୯୯୯ ଟଙ୍କା ବୋଲି ଉଲ୍ଲେଖ ରହିଥିଲା କିନ୍ତୁ ରିହାତିରେ ସେ ଏହି ବାନାକୁ ୮୮୯ ଟଙ୍କା ଦେଇ ଅର୍ଡର କରିଥିଲେ । ୧୯ ତାରିଖ ଦିନ ଅନଲାଇନ୍‌ ପାର୍ସଲ ତାଙ୍କ ନିକଟରେ ଆସି ପହଞ୍ଚିଥିଲା ।

ସୂଚନା ଥାଉ କି ମହାପ୍ରଭୁଙ୍କ ବାନା ବିକ୍ରି କରିବା ଅଧିକାର କେବଳ ଚୁନରା ସେବକଙ୍କର ରହିଛି । ଦ୍ବିତୀୟତଃ କୌଣସି ଅନୁଷ୍ଠାନ କିମ୍ବା ବ୍ୟକ୍ତିବିଶେଷ ମହାପ୍ରଭୁଙ୍କ ବାନା ବିକ୍ରି କରିପାରିବେ ନାହିଁ । ଏ ସମ୍ପର୍କରେ ଗ୍ରାହକ ଭଗବାନ ମହାପାତ୍ର ବିକ୍ରେତାଙ୍କୁ ଅନଲାଇନ ମାଧ୍ୟମରେ ପ୍ରଶ୍ନ ପଚାରିଥିଲେ। ଉତ୍ତରରେ ପ୍ରଭୁଙ୍କ ବାନା ବିକ୍ରି କରିବା ଆଇନତଃ କୌଣସି ଅପରାଧ ନୁହେଁ ବୋଲି ତାଙ୍କୁ ଉତ୍ତର ମିଳିଥିଲା । ଏହା ପରେ ସେ ଅନଲାଇନରୁ ପ୍ରଭୁଙ୍କ ବାନା ଅର୍ଡର କରିଥିଲେ। ଅନଲାଇନରେ ଆସିଥିବା ଉକ୍ତ ବାନାକୁ ଭଗବାନ ମହାପାତ୍ର ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ନିଜ ଆଇନଜୀବୀଙ୍କ ମାଧ୍ୟମରେ ପ୍ରଦର୍ଶନ କରିଥିଲେ। କିନ୍ତୁ ଅନଲାଇନରୁ ଆସିଥିବା ପ୍ୟାକେଟ ଖୋଲିବା ପରେ ସମସ୍ତ ଆଶ୍ଚର୍ଯ୍ୟ ହୋଇ ପଡ଼ିଥିଲେ ।

ଶ୍ରୀମନ୍ଦିର ବାନା ସ୍ଥାନରେ ବାହାରିଥିଲା ଏକ ଦଳୀୟ ପତାକା। ସେ କେବଳ ଠକାମିର ଶିକାର ହୋଇନାହାନ୍ତି ବରଂ ତାଙ୍କ ଭାବନା ସହ ଖେଳାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଶ୍ରୀମନ୍ଦିର ବାନା ନାଁରେ ଅନ୍ୟ ପତାକା ବେଆଇନ ଭାବେ ବିକ୍ରି ହେଉଛି ବୋଲି ଚୁନରା ସେବକ ପକ୍ଷରୁ କୁହାଯାଉଛି । ଠକାମି ବିରୁଦ୍ଧରେ ସେ ଖାଉଟି ଅଦାଲତ ଓ କୋର୍ଟଙ୍କ ଦ୍ବାରସ୍ଥ ହେବେ ବୋଲି କହିଛନ୍ତି ।

ଲୋକଙ୍କ ମନରେ ଥିବା ବିଶ୍ୱାସକୁ ନେଇ ଏପରି ଖେଳାଯିବା କେତେ ଦୂର ଠିକ୍‌ ତାହା ଆପଣ ହିଁ ଚିନ୍ତା କରନ୍ତୁ । ଯଦି ଆପଣ ଅନଲାଇନରେ ଏମିତି କିଛି ଜିନିଷ ଅର୍ଡର କରୁଛନ୍ତି ତେବେ ସତର୍କ ରୁହନ୍ତୁ, ନଚେତ ଆପଣ ବି ଏଭଳି ଠକାମିର ଶିକାର ହେବେ ।

 

 

Subhalaxmi Das

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

9 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago