ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣା: ଆକ୍ରମଣ କରିଥିବା ୩ ସିନିୟର ଛାତ୍ର ଏବେ ଫେରାର

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଛାତ୍ରଙ୍କୁ ରାଗିଂ ଅଭିଯୋଗ ଘଟଣା। ଜଣେ ପାସ୍‌ ଆଉଟ୍‌ ଷ୍ଟୁଡେଣ୍ଟ ଓ ଦୁଇ ଜଣ ପିଜି ଷ୍ଟୁଡେଣ୍ଡ ସୋମନାଥକୁ ବାଡେଇଥିଲେ। ଏନେଇ ମାମଲା ହୋଇଛି ବୋଲି କହିଲେ ଜୋନ୍‌-ଏସିପି ରଜତ କୁମାର ରାଏ । ଏହା ରାଗିଂ ମାମଲା ନୁହେଁ ବୋଲି ସ୍ପଷ୍ଟ କଲା ପୋଲିସ। ଆକ୍ରମଣ କରିଥିବା ୩ ସିନିୟର ଛାତ୍ର ଏବେ ଫେରାର ଅଛନ୍ତି। ସେମାନଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଛି। ତଦନ୍ତ ସମୟରେ ଯଦି ରାଗିଂ କଥା ସାମ୍ନାକୁ ଆସେ ତାକୁ ଆମେ ତଦନ୍ତ କରିବୁ ବୋଲି କହିଛନ୍ତି।

ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଲେ କଲେଜ ନିର୍ଦ୍ଦେଶକ। ରାଗିଂ ନେଇ ଆମ ନିକଟରେ ଅଭିଯୋଗ ହୋଇନି ବୋଲି କହିଛନ୍ତି। ଆଣ୍ଟି ରାଗିଂ ସେଲ୍‌ରେ କୌଣସି ଅଭିଯୋଗ କରିନାହାନ୍ତି ସୋମନାଥ। ଅଭିଯୋଗ ହେଲେ ତୁରନ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କଲେଜ ନିର୍ଦ୍ଦେଶକ କହିଛନ୍ତି। ବେସିକ ସାଇନ୍ସ କଲେଜରେ ଛାତ୍ରଙ୍କୁ ରାଗିଂ ନେଇ ଖଣ୍ଡଗିରି ଥାନାରେ ଏତଲା ଦେଇଥିଲେ ଛାତ୍ର ସୋମନାଥ ସେଠୀ। ସୋମନାଥ ଯୁକ୍ତ ୩ ଦ୍ୱିତୀୟ ବର୍ଷର ଛାତ୍ର। ୩ଜଣ ସିନିୟର ଛାତ୍ର ତାଙ୍କୁ କାଠ ଫାଳିଆରେ ମାଡ ମାରିଥିବା ନେଇ ଅଭିଯୋଗ କରିଥିଲେ। ମଦ ପିଇବାକୁ ଟଙ୍କା ନଦେବାରୁ ନିର୍ଦ୍ଧୁମ ମାଡ ମାରିଥିଲେ। ଅଧ ଘଣ୍ଟା ଧରି ବସ ଉଠ୍‌ କରାଇବା ଭଳି ସାଂଘାତିକ ଅଭିଯୋଗ ହୋଇଥିଲା। ସୋମନାଥଙ୍କ ଶରୀରର ବିଭିନ୍ନ ସ୍ଥାନରେ ଆଘାତ ଲାଗିଛି।

ସେପଟେ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାରେ ପୋଲିସ ଏଯାଏ ରୁଚିକା ରହୁଥିବା ହଷ୍ଟେଲର ୫୦ରୁ ଅଧିକ ଛାତ୍ରୀ ଓ ଓ୍ଵାର୍ଡେନଙ୍କ ବୟାନ ରେକର୍ଡ କରିଛି । ପୋଲିସର ୩ଟି ଟିମ୍‌ ତଦନ୍ତ କରୁଥିବା ବେଳେ ରାଗିଂ ନେଇ କଲେଜ କର୍ତ୍ତୃପକ୍ଷ ଏକ ଟିମ୍‌ ଗଠନ କରିଛନ୍ତି । ସେପଟେ ୩ ସିନିୟର ଛାତ୍ରୀଙ୍କୁ ଗିରଫ ସହ ସିବିଆଇ ତଦନ୍ତ ଦାବିରେ ବିଜେବି ମହାବିଦ୍ୟାଳୟ ଆଗରେ ଧାରଣା ଦେଇଛନ୍ତି ରୁଚିକାଙ୍କ ପରିବାର, ଗାଁ ଲୋକ ଓ ବିଭିନ୍ନ ଛାତ୍ର ସଂଗଠନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.