ସୃଷ୍ଟି ହେଲା ଘୂର୍ଣ୍ଣି ବଳୟ : ଆସନ୍ତାକାଲିଠୁ ରାଜ୍ଯରେ ପୁଣି ବର୍ଷା

କେନ୍ୟୁଜ୍(ବ୍ୟୁରୋ):  ସୃଷ୍ଟି ହେଲା ଘୁର୍ଣ୍ଣିବଳୟ । ୧୯ ରେ ଲଘୁଚାପ। ଆସନ୍ତାକାଲି ଠୁ ରାଜ୍ଯ ରେ ବର୍ଷା ଆରମ୍ଭ। ୧୮ ଓ ୧୯ ଦୁଇ ଦିନ ହେବ ପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆଜି ସକାଳେ ଦକ୍ଷିଣ ମିଆଁମାର ଏବଂ ଏହାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳ ଉପରେ ବାୟୁମଣ୍ଡଳରେ ୫.୮କିମି ଯାଏଁ ଗୋଟିଏ ଘୁର୍ଣ୍ଣି ବଳୟ ସକ୍ରିୟ ରହିଛି।ଏହାର ପ୍ରଭାବରେ ଅଗଷ୍ଟ ୧୯ ତାରିଖ ପାଖାପାଖି ଉତ୍ତରବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଯାହାର ପ୍ରଭାବରେ ଆସନ୍ତାକାଲି ଠାରୁ ରାଜ୍ୟରେ ବର୍ଷା ଆରମ୍ଭ ହେବ। ଆସନ୍ତାକାଲି ସକାଳ ୮.୩୦ ସୁଦ୍ଧା ଢେଙ୍କାନାଳ, ସୁନ୍ଦରଗଡ, ଦେଓଗଡ଼, ଝାରସୁଗୁଡା, ସମ୍ବଲପୁର, ଅନୁଗୁଳ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର ଓ କଟକ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ସେହିଁଭଲ ଦିନ ତମାମ କେନ୍ଦୁଝର, ମୟୁରଭଂଜ, ବାଲେଶ୍ଵର, ଭଦ୍ରକ, କେନ୍ଦ୍ରାପଡା, ଯାଜପୁର, ଜଗତସିଂହପୁର, କଟକ, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଂଜାମ, ଗଜପତି, ସୁନ୍ଦରଗଡ, କଳାହାଣ୍ଡି, କନ୍ଧମାଳ, ଢେଙ୍କାନାଳ, ସୁନ୍ଦରଗଡ, ଝାରସୁଗୁଡା ଓ ବରଗଡ଼ ରେ ପ୍ରବଳ ବର୍ଷା ନେଇ ୟେଲୋ ଆଲର୍ଟ ଜାରି ହୋଇଛି।

୧୯ରୁ ବଢିବ ବର୍ଷା। ୧୯ ତାରିଖରେ ୧୭ ଜିଲାକୁ ଅରେଞ୍ଜ ଆଲର୍ଟ ସହ ୧୩ ଜିଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ସେହିଭଳି ୨୦ ତାରିଖରେ ୮ ଜିଲାକୁ ଅରେଞ୍ଜ ସହ ୯ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି। ୨୦ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀ ଙ୍କୁ ସମୁଦ୍ର ଯିବାକୁ ବାରଣ ହୋଇଛି। ଏହା ସହ ରାଜ୍ୟର ସମସ୍ତ ନଦୀ ଅବବାହିକାରେ ବର୍ଷା ହେବ। ୧୯ ତାରିଖରୁ ଛତିଶଗଡ଼ରେ ବର୍ଷା ହେବ। ଫଳରେ ମହାନଦୀ ଉପର ମୁଣ୍ଡରେ ବର୍ଷା ସହ ନଦୀ ଜଳସ୍ତର ବୃଦ୍ଧି ପାଇବ।

Leave A Reply

Your email address will not be published.