ରାଜ୍ୟ

ଯାଜପୁର: ବିଜେଡିର ଜିଲ୍ଲା ସଭାପତି ଭାବେ ପୁନର୍ବାର ମନୋନିତ ହେଲେ ସରୋଜ ମହାପାତ୍ର, ସର୍କିଟ ହାଉସରେ କର୍ମୀଙ୍କ ଦ୍ବାରା ଦିଆଗଲା ସମ୍ବର୍ଦ୍ଧନା

ଯାଜପୁର ଟାଉନ(କେନ୍ୟୁଜ୍): ଯାଜପୁର ଜିଲ୍ଲା ବିଜେଡି ସଭାପତି ଭାବେ ସରୋଜ ମହାପାତ୍ର ପୁନର୍ବାର ମନୋନୀତ ହୋଇଛନ୍ତି । ଆଜି ସରୋଜଙ୍କ ନାଁ ଘୋଷଣା ହେବା ପରେ ଯାଜପୁର ସର୍କିଟ ହାଉସରେ ସରୋଜଙ୍କୁ ବିଭିନ୍ନ ନିର୍ବାଚନ ମଣ୍ଡଳୀର ବହୁ ବିଜେଡି କର୍ମୀ ଓ ନେତା ଅଭିନନ୍ଦନ ଜଣାଇଥିଲେ । ଯାଜପୁର ଜିଲାର ୭ଟି ନିିର୍ବାଚନ ମଣ୍ଡଳୀର ଜିଲାପରିଷଦ ସଦସ୍ୟ,ବ୍ଲକ ଅଧ୍ୟକ୍ଷ ଓ ନେତୃବର୍ଗ ଉପସ୍ଥିତ ରହି ସରୋଜଙ୍କୁ ଫୁଲ ତୋଡା ଦେଇ ଅଭିନନ୍ଦନ ଜଣାଇଥିଲେ । ସରୋଜଙ୍କ ନେତୃତ୍ୱରେ ଗତ ସାଧାରଣ ନିର୍ବାଚନରେ ୭ଟି ବିଧାନସଭା ଓ ଗୋଟିଏ ସାଂସଦ ଆସନରେ ବିଜେଡି ବିପୁଂଳ ବିଜୟ ହାସଲ କରିଥିଲା ।

ଏହାର ଜବାବରେ ସରୋଜ ଜିଲାର ସମସ୍ତ ବିଧାୟକ ଓ ସାଂସଦ ମାନଙ୍କୁ ଧନ୍ୟବାଦ ଦେଇଥିଲେ । ଜିଲାର ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତାଙ୍କୁ ମୁଣ୍ଡରେ ପୁନଃର୍ବାର ମୁଖ୍ୟମନ୍ତ୍ରୀ ଦେଇଥିବାରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଏଭଳି ଦାୟିତ୍ୱ ଦେବା ପଂଳରେ ସେ ଆଗାମୀ ଦିନରେ ଅଧିକ ଦାୟିତ୍ୱ ସହିତ କାମ କରିବେ ବୋଲି ସୂଚନା ଦେଇଛନ୍ତି । ଜିଲ୍ଲା ସଭାପତି ଶ୍ରୀ ମହାପାତ୍ର ଛାତ୍ର ଜୀବନରୁ ଦଳୀୟ ସଂଗଠନରେ ନେତୃତ୍ୱ ନେବା ସହିତ ସ୍ୱର୍ଗତ ବିଜୁ ପଟ୍ଟନାୟକ, ଜଗନ୍ନାଥ ମଲ୍ଲିକ ଓ ଅଶୋକ ଦାସଙ୍କ ଅନୁଗାମୀ ଥିଲେ । ଛାତ୍ର ଜୀବନରେ ମଧ୍ୟ ସାଧୁଗୌରେଶ୍ୱର କଲେଜ ଛାତ୍ର ସଂସଦର ନେତୃତ୍ୱ ନେଇଥିଲେ ।

KNews Bureau

Recent Posts

ପ୍ରତିଶୃତି ଦେଇ ଘର ବନାଇଦେଲେ କିନ୍ତୁ ଦେଲେନି ଆବାସ ଟଙ୍କା, ଏବେ ହତାଶ ହତାଧିକାରୀ

ସୁବର୍ଣ୍ଣପୁର (କେନ୍ୟୁଜ) : ଗରିବଙ୍କ ମୁଣ୍ଡ ଗୁଂଜିବାକୁ ସରକାରୀ ତରଫରୁ ରହିଛି ଇନ୍ଦିରା ଆବାସ, ମୋ କୁଡିଆ ଏବଂ ପ୍ରଧାନମନ୍ତ୍ରୀ…

3 mins ago

ବଢ଼ିବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ, ସଫ୍ଟୱେୟାର ଇଞ୍ଜିନିୟରଙ୍କ ଠାରୁ ଲୁଟିନେଲେ ୧୫ ଲକ୍ଷ

ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ସାଇବର ଠକଙ୍କ ପ୍ରାଦୁର୍ଭାବ । ଆଜିକାଲି ଯୁଗରେ ଅନେକ ସମୟରେ ଜନସାଧାରଣ ସାଇବର…

9 mins ago

ବଢିବାରେ ଲାଗିଛି ମେଡ୍‌ ଇନ୍‌ ଇଣ୍ଡିଆ ଆଇଫୋନ୍‌ର ଚାହିଦା, ଦୁଇଗୁଣା ହୋଇଛି ଏକ୍ସପୋର୍ଟ ହାର

ଭାରତରେ ତିଆରି ଆଇଫୋନ୍ ସାରା ବିଶ୍ୱରେ ବହୁତ ଚାହିଦା ରହିଛି । ତେବେ ଏପ୍ରିଲ୍ ଏବଂ ମେ ମାସରେ ଭାରତରୁ…

9 mins ago

SGPGI ଲକ୍ଷ୍ନୌରେ ଚାକିରି ସୁଯୋଗ, ୨୫ ଜୁନ୍‌ ପୂର୍ବରୁ କରନ୍ତୁ ଆବେଦନ

ସଂଜୟ ଗାନ୍ଧି ପୋଷ୍ଟ ଗ୍ରାଜୁଏଟ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ, ଲକ୍ଷ୍ନୌରେ ବହୁତ ପଦବୀ ଖାଲିପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ…

27 mins ago

ଆମେରିକା: ଫୁଡ୍‌ କୋର୍ଟରେ ୩ ଜଣଙ୍କୁ ଆଖିବୁଜା ଗୁଳି, ପୋଲିସ କାର୍ଯ୍ୟାନୁଷ୍ଠାନରେ ବନ୍ଧୁକଧାରୀ ଆହତ

ଆମେରିକାର ଅଟଲାଣ୍ଟା ସହରରେ ଏକ ଫୁଡ୍‌ କୋର୍ଟରେ ଭୟଙ୍କର ଗୁଳିକାଣ୍ଡ ଘଟିଛି । ଏଠାରେ ମଙ୍ଗଳବାର ଅପରାହ୍ନରେ ଏକ ବନ୍ଧୁକଧାରୀ…

29 mins ago

ଶପଥ ଗ୍ରହଣ କଲେ ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(କେନ୍ୟୁଜ୍‌): ବିଜେପି ସରକାରର ଶପଥ ଗ୍ରହଣ ସମାରୋହ। ଓଡ଼ିଶାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମୋହନ ଚରଣ ମାଝୀ…

44 mins ago