ପୁଣି ରାଜଧାନୀର ବିଭିନ୍ନ ହାଟ ହେବ ସ୍ଥାନାନ୍ତର, ବିଏମସି ଜାରି କଲା ନିର୍ଦ୍ଦେଶାନାମା

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀ ହାଟର ହେବ ବିକେନ୍ଦ୍ରୀକରଣ ।କରୋନା ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ହାଟର ବିକେନ୍ଦ୍ରୀକରଣ ପାଇଁ ବିଏମସି ଜାରି କଲା ନିର୍ଦ୍ଦେଶନାମା। ଏଥିରେ Unit-1 ଓ unit-4 ଦୁଇ ଜନଗହଳିପୂର୍ଣ୍ଣ ହାଟକୁ ବିକେନ୍ଦ୍ରୀକରଣ ପାଇଁ ମାର୍ଗଦର୍ଶିକା ଜାରିକରଯାଇଛି।

କରୋନାର ପ୍ରଥମ ଓ ଦ୍ୱିତୀୟ ଲହର ପରି ଲୋକଙ୍କ ସୁରକ୍ଷା ଦୃଷ୍ଟିରୁ ଯେଉଁ ସ୍ଥାନଗୁଡିକ ଉପଯୁକ୍ତ ସେହି ସ୍ଥାନଗୁଡିକୁ ହାଟକୁ ସ୍ଥାନାନ୍ତରିତ କରାଯିବ।  ବିଏମସିର ଜୋନାଲ ଡେପୁଟି କମିଶନର, ମାର୍କେଟ ଆସୋସିଏସନ କର୍ମକତା ଓ ଲୋକୋଲ ପୋଲିସଙ୍କ ସହ ଆଲୋଚନା କରି ଚିହ୍ନଟ କରିବେ।  ଏହି ସମୟରେ କୋଭିଡ ସମସ୍ତ ନିୟମକୁ ବ୍ୟବସାୟୀ ଓ ଗ୍ରାହକ ଅନୁପାଳନ କରିବେ। ହାଟର ଵିକେନ୍ଦ୍ରୀକରଣ ସମୟରେ ଲୋକାଲ ପୋଲିସକୁ ବିଏମ୍ସି ଓ ବିଡିଏର ଏନଫୋର୍ସମେଣ୍ଟ ଟିମ ସାହାଯ୍ୟ କରିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.