ନିଆଳି ପରେ ବାରଙ୍ଗରେ ଅଜଣା ଜନ୍ତୁ ଆତଙ୍କ, ମଲେ ୧୭ ମେଣ୍ଢା

ନିଆଳି (କେନ୍ୟୁଜ୍) : ନିଆଳି ପରେ ବାରଙ୍ଗରେ ଅଜଣା ଜନ୍ତୁ ଆତଙ୍କ । ବାରଙ୍ଗ ବ୍ଲକ ନରାଜ ବେହେରା ସାହିର ୧୭ ଜଣ ମେଣ୍ଢାଙ୍କ ମୃତ୍ୟୁ ହୋଇଛି । ଗାଁର ବୈରାଗୀ ଦାସଙ୍କ ଗୁହାଳରେ ଗତକାଲି ବିଳମ୍ବିତ ରାତିରେ ଏପରି ଅଘଟଣ ଘଟିଛି । ମୃତ ମେଣ୍ଢାଙ୍କ ବେକ ଓ ପେଟରେ କ୍ଷତ ଚିହ୍ନ ରହିଛି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଛି ବାରଙ୍ଗ ପଶୁ ଚିକିତ୍ସକ ଟିମ୍ ।
ମୃତ ମେଣ୍ଢାଙ୍କ ବ୍ୟବଚ୍ଛେଦ କରାଯାଇଛି । ଗତ ବର୍ଷ ମଧ୍ୟ ନିଆଳି ଅଞ୍ଚଳରେ ଅଜଣାଜନ୍ତୁ ଆକ୍ରମଣରେ ଶତାଧିକ ମେଣ୍ଢାଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।